
ସାନଖେମୁଣ୍ଡି: ଖେମୁଣ୍ଡି ସଂସ୍କୃତିରେ ନବର ସ୍ୱତନ୍ତ୍ରତା ରଖୁଥିବା ସାନଖେମୁଣ୍ଡି ବ୍ଲକ ଗୌତମି ପଞ୍ଚାୟତ ସଦର ଗ୍ରାମରେ ବିଜେ ଶ୍ରୀ ଗୋପୀନାଥ ମହାପ୍ରଭୁଙ୍କ ବାର୍ଷିକ ରାସଯାତ୍ରା ଇତି ମଧ୍ୟରେ ଅନୁଷ୍ଠିତ ହୋଇଅଛି। ୪ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ କାର୍ତିକ ମାସ ରାସ ପୂର୍ଣ୍ଣିମା ତିଥି ତଥା ୧୨ ତାରିଖରୁ ଆରମ୍ଭ ହେବା ସହ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବାର ବ୍ୟବସ୍ଥା ଥିବା ଗୌତମି ଯାତ୍ରା କମିଟି ତରଫରୁ ସୂଚନା ଦିଆଯାଇଅଛି। ମିଳିଥିବା ସୂଚନା ପ୍ରକାରେ ରାସ ପୂର୍ଣ୍ଣିମା ତିଥିରେ ପଟୁଆର ସହିତ ମହାପ୍ରଭୁଙ୍କ ଗ୍ରାମ ପରିକ୍ରମା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପୌରାଣିକ ଲୋକନାଟ୍ୟ ସୁଭଦ୍ରା ପରିଣୟ ଭାରତଲୀଳା ପରିବେଷଣ ହୋଇଥିଲା। ଦ୍ୱିତୀୟ ଦିବସରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଉଦଘାଟନ କରିବା ସହ ଅଞ୍ଚଳ ବରିଷ୍ଠ କଳାକାର ମଞ୍ଚ ନିର୍ଦ୍ଦେଶକକୁ ସମ୍ୱନ୍ଧୀତ କରିଥିଲେ। ସ୍ଥାନୀୟ ଜକରାପଲ୍ଲୀ ଓ ପାଇକ. ରାମଚନ୍ଦ୍ରପୁର ରାମାୟଣ ମଞ୍ଚସ୍ତ ହେବା ସହ ଆସନ୍ତା ଦିନରେ ବାହାଡାଗୁଡା ଏବଂ ମହିସାନପୁର ପୌରାଣିକ ନାଟକ ମଞ୍ଚସ୍ତ ହେବାକୁ ଥିବା ଗ୍ରାମ କମିଟି ତରଫରୁ ସୂଚନା ମିଲିଅଛି। ଅନୁଷ୍ଠିତ ଯାତ୍ରା କାର୍ଯ୍ୟକ୍ରମକୁ କମିଟି ସଭାପତି ନୀଳକଣ୍ଠ ସ୍ୱାଇଁ, ସମ୍ପାଦକ ଶିବରାମ ରଣା, କୋଷଧକ୍ଷ ସୀମାଞ୍ଚଳ ବେହେରାଙ୍କ ସହ ସଦସ୍ୟ ମିଟୁ ବେହେରା, ଗଜେନ୍ଦ୍ର ଜେନା, ଦଣ୍ଡପାଣି ଦାସ, ରଘୁନାଥ ପାତ୍ର, ଅଶୋକ ଦାସ, ପ୍ରମୁଖ ପରିଚାଳନା କର୍ତ୍ତବ୍ୟ ରଖିଥିବା ବେଳେ ସରପଞ୍ଚଙ୍କ ଶ୍ରୀ ସୁଶାନ୍ତ ସ୍ବାଇଁଙ୍କ ସହ ଗ୍ରାମ ବୃଦ୍ଧିଜୀବୀ, ବରିଷ୍ଠ ବ୍ୟକ୍ତିତ୍ୱ ନିୟନ୍ତ୍ରଣରେ ଥିବା ଜଣାଯାଇଅଛି। ସଦର ଥାନା ବ୍ରହ୍ମପୁର ପୋଲିସ ପକ୍ଷରୁ ଭାରପ୍ରାପ୍ତ ଅଧିକାରୀ ସନ୍ତୋଶିନି ଓରାମଙ୍କ ତତ୍ୱାବଧନରେ ସ୍ୱତନ୍ତ୍ର ପୋଲିସ ଦଳ ସ୍ଥିତି ନିୟନ୍ତ୍ରଣ ସହ ଶୃଙ୍ଖଳା ରକ୍ଷା କରିବାକୁ ଦେଖିବାକୁ ମିଳିଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।