କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,
ପୁରୀ ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କର ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।ଏଥି ପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ସ୍ଵତନ୍ତ୍ର ସହାୟତା କେନ୍ଦ୍ର ଖୋଲା ଯାଇଛି ।ଭିନ୍ନକ୍ଷମ ଓ ଚାଲିବାକୁ ଅକ୍ଷମ ଥିବା ବରିଷ୍ଠ ନାଗରିକ ମାନଙ୍କୁ ହୁଇଲ ଚେୟାର ମାଧ୍ୟମରେ ଦର୍ଶନ ବ୍ୟବସ୍ଥା କରାଯାଇଛି।ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇ ଥିବା ଖୁସି ଯୋଜନାର ୧୪ ଜଣ ସ୍ଵତନ୍ତ୍ର ସ୍ବେଛସେବୀ ସହାୟ ନିଯୁକ୍ତ ହୋଇଛନ୍ତି।
ଏହି ଖୁସି ଭଲ୍ୟୁଣ୍ଟର ମାନେ ସକାଳ ଆଠ ଟାରୁ ରାତି ଆଠଟା ପର୍ଯ୍ୟନ୍ତ ନିରନ୍ତର ସେବା ଯୋଗାଇ ଦେଉଛନ୍ତି। ଦର୍ଶନାର୍ଥିଙ୍କ ଗହଳି ଓ ଶ୍ରୀ ଜୀଉଙ୍କ ନୀତି କୁ ଲକ୍ଷ୍ୟ ରଖି ଏହି ବିଶେଷ ଦର୍ଶନ ବ୍ୟବସ୍ଥା କୁ ପରିଚାଳନା କରାଯାଉଚି ବୋଲି ଜିଲ୍ଲା ପରାମର୍ଶ ଦାତା ସିଦ୍ଧାର୍ଥ ରାୟ ଜଣାଇଛନ୍ତି। ସୂଚନା ଯୋଗ୍ୟ ଯେ ରଥଯାତ୍ରା ଦିନ ମଧ୍ୟ ବଲଗଣ୍ଡି ଉଚବିଦ୍ୟାଳୟ ଠାରେ ୨୫୦ ଜଣ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଖାଦ୍ୟ ପେୟ ସହିତ (ମାଗଣା) ରଥ ଦର୍ଶନ ବ୍ୟବସ୍ଥା କରାଯାଇ ଥିଲା ।ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଅନିତା ପଟ୍ଟନାୟକ,ଶ୍ରୀଧର ବେହେରା, ଶିଶିର ସାହୁ,ଶୁଭଶ୍ରୀ ମୋହିନୀ ଜେନା ,ଦୀପକ ପଲାଇ ,ପ୍ରଭୁ ପ୍ରସାଦ ପଣ୍ଡା ପ୍ରଭୃତି ପରିଚାଳନା କରୁଛନ୍ତି।