
କନ୍ଧମାଳ, କନ୍ଧମାଳ ଜିଲ୍ଲା ଉଦୟଗିରି ବ୍ଲକ୍ ତଲାରୀମହା ପଞ୍ଚାୟତର ଜବେଡୀ ଗ୍ରାମରେ କ. ନୂଆଁଗା ବ୍ଲକ୍ ର ଜନ ବିକାଶ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନ ବିକାଶର ସିଆରପି ସୁବାସ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତଲାରୀ ମହାପଞ୍ଚାୟତ ଜବେଡୀ ଆଞ୍ଚଳିକ ମଞ୍ଚର ସି ଆର୍ ପି ସି ସୁନେଲି ପ୍ରଧାନ ସହଯୋଗ କରିବା ସହିତ ଉପସ୍ଥିତ ଥିବା ଏସ୍ ଏଚ ଜି ଗ୍ରୁପ ର ମା ମାନଙ୍କୁ ମାଣ୍ଡିଆ ଚାଷ କିପରି କରିବେ ଓ ତାର ଉପକାରୀତା ଉପରେ ସଚେତନ କରିଥିଲେ । କନ୍ଧମାଳ ଜିଲ୍ଲାର ଖାଉଟି ସୁରକ୍ଷା ଜିଲ୍ଲା ଆବାହକ କୁନା ଦିଗାଲ ଏହି ବୈଠକରେ ଯୋଗଦେଇ ଉପଭୋକ୍ତା ମାନଙ୍କୁ ଜାଳେଣି ଗ୍ୟାସ୍ ଓ ମାପ ଓଜନରେ ଖାଉଟି ମାନେ କିପରି ଠକାମୀ ର ଶିକାର ହେଉଛନ୍ତି ତା ଉପରେ ସଚେତନ କରିଥିଲେ ।
ଜନ ବିକାଶର ସଦସ୍ୟ ଦିଗାଲ ବାବୁ ଏବଂ ଗ୍ରାମର ଅନେକ ଚାଷୀ ଭାଇ ମାନେ ସହଯୋଗ କରି ମାଣ୍ଡିଆ ଚାଷ କିପରି କରାଯାଏ ଏବଂ ମାଣ୍ଡିଆର ଉପକାରୀତା ବିଷୟରେ ଏହି ବୈଠକରେ ଆଲୋଚନା କରି ସମସ୍ତ ଚାଷୀ ମାନଙ୍କୁ ପଞ୍ଜିକୃତ କରାଯିବା ନିମନ୍ତେ ଆଲୋଚନା କରାଯାଇଛି ।