
ମାଲକାନଗିରି, ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନୟନ୍ନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୂୟାଁଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ଗୋଷ୍ଠୀ ଉନୟନ୍ନ ଅଧିକାରୀ ରଘୁନାଥ ମୁଣ୍ଡାରୀ, ତହସିଲଦାର ଟି. ପଦ୍ମନାଭ ଦୋରା, ବ୍ଲକ ଅଧକ୍ଷା ରାଜେଶ୍ଵରୀ ଖିଲ, ପିଏ ଆଇଟିଡିଏ ତ୍ରିନାଥ ମାଝୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଞ୍ଜନ ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକାରୀ ବଳଭଦ୍ର ଦୀପ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ, ଆରଡବ୍ଲଏସଏସର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ରାଉତ, ଏସ୍ଡିଓ ମନୋଜ କୁମାର ନାୟକ, ଡିଏସବିଡବ୍ଲୁଓଙ୍କ ସମେତ ବିଦ୍ୟୁତ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ ସମସ୍ତ ଜିଲାସ୍ତରୀୟ ମୁଖ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳର ୨୫ଟି ଅଭିଯୋଗର ଶୁଣାଣି କରିଥିଲେ ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ। ପାନୀୟ ଜଳ, ବିଦ୍ୟୁତ, ଶିକ୍ଷା ବ୍ୟବସ୍ଥାରେ ସମସ୍ୟା, ଭତ୍ତା ସମସ୍ୟା, ରାସ୍ତାଘାଟ ସମସ୍ୟା, ଚିତ୍ରକୋଣ୍ଡା ଅଞ୍ଚଳର ବଜାର କଲୋନିରେ ଆଲୋକୀକରଣ, ଚିତ୍ରକୋଣ୍ଡା ପଞ୍ଚାୟତକୁ ଦୁଇଟି ବ୍ୟାଟେରିଚାଳିତ ଆବର୍ଜନା ବୁହା ଗାଡ଼ି ପ୍ରଦାନ ଭଳି ଅଭିଯୋଗ ଗୁଡ଼ିକର ଶୁଣାଣି ହୋଇଥିଲା ।