ମାଲକାନଗିରି, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଅଧୀନରେ ଥିବା ବିଭିନ୍ନ ଗ୍ରାମ ଗୁଡିକରେ ଡେଙ୍ଗୁ ଜ୍ଵର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଡେଙ୍ଗୁ ନିରାକରଣ ନିମନ୍ତେ ଜିଲ୍ଲା ତଥା ବ୍ଲକ ପ୍ରଶାସନ ଉଦ୍ୟମ ଜାରି ରଖିଛି । ଏହି କ୍ରମରେ କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଆର , ପ୍ରତୀକ ପ୍ରିୟଦର୍ଶୀ ଏବଂ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ମହନ୍ତଙ୍କ ଉଦ୍ୟମରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ମହିଳା ଓ ପୁରୁଷ ସ୍ବାସ୍ଥ୍ୟ କର୍ମୀ , ଆଶା କର୍ମୀ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ ମାଧ୍ୟମରେ ପ୍ରତି ଗ୍ରାମରେ ସଚେତନତା କରାଯାଉଛି । ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ପୋରୋବର୍ତ୍ତନ ଅନୁଷ୍ଠାନ ଆନୁକୂଲ୍ୟରେ ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନ ସହାୟତାରେ ଡେଙ୍ଗୁସଚେତନତା ରଥର ଉଦ୍ଘାଟନ କରାଯାଇ ଏକ ଅଭିନବ ପ୍ରୟାସରେ ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଡା. ମହନ୍ତଙ୍କ ନିର୍ଦ୍ଦେଶକ୍ରମେ ଡା . ଅଭିଜିତ ଶତପଥୀ ଏହି ରଥର ଉଦ୍ଘାଟନ କରିଥିଲେ ।
ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଡା . ଯସ୍ମିନ ବେହେରା, ଆକାଉଣ୍ଟାଣ୍ଟ ରାଜେନ୍ଦ୍ର ଦାଶ, ପୋରୋବର୍ତ୍ତନ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ ଶୁକ୍ଲା ଏବଂ କର୍ମୀ ମିନା ମାଡ଼କାମି ଓ ଲକ୍ଷ୍ମୀ ନାୟକ, ସ୍ଵାସ୍ଥ୍ୟ କର୍ମୀ ଗୀତାଞ୍ଜଳି ଚର୍ଚ୍ଚି, ସ୍ବାସ୍ଥ୍ୟ କର୍ମୀ ଅକ୍ଷୟ ନାୟକ, ଆଶା କର୍ମୀ ସାବିନା ଖିଲ, କେ. କଳାବତୀ ସିଂ, ହିଲୋ ଟାକ୍ରି, ସୁନିତା ମାଛ, ସବିତା ନାୟକ, ସୂର୍ଯ୍ୟ ଖିଲ, ପଦ୍ମା ପାଙ୍ଗି ଓ ଲକ୍ଷ୍ମୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଚିତ୍ରକୋଣ୍ଡା ବ୍ଲକର ଉପାନ୍ତ ଅଞ୍ଚଳ ଚିତ୍ରକୋଣ୍ଡା , ଦୋରାଗୁଡା, ନୂଆଗୁଡା, ଗୁଣ୍ଠୱାଡ଼ା, କପାତୁଟି, ପାପୁଲୁର ଓ ବଡ଼ପଦର ପଞ୍ଚାୟତ ଏବଂ ସ୍ବାଭିମାନ ଅଞ୍ଚଳର ବଡ଼ପଡା ପାପରମେଟେଲା ପଞ୍ଚାୟତରେ ଡେଙ୍ଗୁ ନିରାକଣର ସଚେତନତା କରିବା ପାଇଁ ଏହି ରଥର ଉଦ୍ଘାଟନ କରାଯାଇଛି । ଏହି ରଥ ପ୍ରତି ଗାଁ ପରିକ୍ରମା କରି ଡାକବାଜି ଯନ୍ତ୍ର ମାଧ୍ୟମରେ ପୋରୋବର୍ତ୍ତନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଆଶା କର୍ମୀଙ୍କ ମିଳିତ ଉଦ୍ୟମରେ ଲୋକଙ୍କୁ ସଚେତନ କରାଯିବ ବୋଲି ଜଣାପଡ଼ିଛି ।