
ଅନୁଗୁଳ, ସାତକୋଶିଆ କୁଶଖଳି ଜଙ୍ଗଲରେ ଚିକିତ୍ସାଧିନ ଅବସ୍ଥାରେ ଏକ ହାତୀର ମୃତ୍ୟୁ ଘଟିଛି । ହାତୀଟି ଗତକାଲି ଠାରୁ ଅସୁସ୍ଥ ହୋଇପଡିଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ହାତୀର ମୃତ୍ୟୁ ଘଟିଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି । ମୃତ ହାତୀର ବୟସ ୩ରୁ ୪ ବର୍ଷ ହେବ । ତେବେ କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ଜାଣିବା ପାଇଁ ମୃତ ହାତୀର ରକ୍ତ ନମୂନା ପରୀକ୍ଷା ନିମନ୍ତେ ପଠାଯାଇଛି । ବନ ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।