ଭୁୁବନେଶ୍ୱର – ବୁକ୍ ସର୍କୁଲାରରେ ଥିବା ନିୟମକୁ ସରକାରୀ ଅଧିକାରୀମାନେ ମାନୁ ନଥିବା ନେଇ ବିରୋଧୀ ଦଳ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିଲା । ଏହା ଉପରେ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବି ହୋଇଥିଲା ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏସମ୍ପର୍କରେ କହିଥିଲେ ଯେ ମନ୍ତ୍ରୀ ବା ସାଂସଦ ମାନଙ୍କ କୌଣସି ଚିଠି ପାଇଲେ ଅଧିକାରୀ ପ୍ରାପ୍ତିସ୍ୱୀକାର ଦେବା କଥା । ବିଭାଗ ମଧ୍ୟ ୧୪ ଦିନ ମଧ୍ୟରେ ଏହାର ଉତର ଦେବା କଥା । ମାତ୍ର ତାହା ସମାନେ କରୁନାହାନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଲେ ମଧ୍ୟ ଉତର ମିଳୁନାହିଁ ।
ଏହା ଉପରେ ରୁଲିଂ ଦେଇ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ଯେଉଁମାନେ ବୁକ୍ ସର୍କୁଲାରକୁ ମାନୁନାନହାନ୍ତି ସେମାନଙ୍କ ବିରୁଦ୍ଧରେ ବିଧାନସଭା ସଦାଚାର କମିଟି ନିକଟରେ ଅଭିଯୋଗ କରିବାର ବ୍ୟବସ୍ଥା ରହିଛି । ସମ୍ପୃକ୍ତ ଅଧିକାରୀଙ୍କୁ ଉକ୍ତ କମିଟି ସମନ କରିପାରିବେ ।