
ଗଞ୍ଜାମ – ଜରୁରୀକାଳୀନ ସେବା ପାଇଁ ପ୍ରତ୍ୟେକ ଥାନାକୁ ଗୋଟିଏ ଲେଖା ମୋବାଇଲ ଫୋନ ଯୋଗାଇ ଦିଆଯାଇଛି । କିନ୍ତୁ ଏହି ଫୋନଗୁଡ଼ିକ ଖରାପ ନା, ଥାନା ଅଧିକାରୀମାନେ କଲ୍ ରିସିଭ୍ କରୁନାହାନ୍ତି ତାହା ଜଣାପଡ଼ୁ ନହିଁ । ଘଂଟା ଘଂଟା ଧରି ଫୋନକଲ କରି ରିଙ୍ଗ କଲେ ମଧ୍ୟ ବହୁ ଥାନାଧିକାରୀ କଲ୍ ରିସିଭ କରୁନଥିବା ଜଣାପଡ଼ିଛି । ଆଜି ଜଣେ ବ୍ୟକ୍ତି ଜରୁରୀକାର୍ଯ୍ୟ ପାଇଁ ଅପରାହ୍ନ ଦୁଇଟାରୁ ସନ୍ଧ୍ୟା ସାତଟା ଯାଏ ବୁଗୁଡ଼ା ଥାନାକୁ ପ୍ରାୟ ୧୦ଥରରୁ ଅଧିକ ମୋବାଇଲ ନମ୍ବରରେ ରିଙ୍ଗ କରିଥିଲେ ମଧ୍ୟ ଥାନା ଅଧିକାରୀ ଫୋନ୍ କଲ୍ ରିସିଭ କରୁନଥିବା ଜଣାପଡ଼ିଛି । ପୁଲିସ୍ ଜନସାଧାରଣଙ୍କୁ କି ଧରଣର ଜରୁୀକାଳୀନ ସେବା ଯୋଗାଇ ଦେବ ଏହା ସାଧାରଣରେ ଚର୍ଚ୍ଚା ହେଉଛି । ଏଥିପାଇଁ କ’ଣ ସରକାରଙ୍କ ୫-ଟି ନିୟମ ଲାଗୁ ହେଉନି କି?