ବାଲେଶ୍ଵର, ବାଲେଶ୍ଵର ସଦର ଥାନା ହଳଦିପଦା ଫାଣ୍ଡି ଅନ୍ତର୍ଗତ ପଦ୍ମପୁର ହାଟରେ ଥିବା ଏସବିଆଇ ଏଟିଏମ୍ କୁ ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ମାତ୍ର ଏଟିଏମ୍ ରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡିନାହିଁ । ବ୍ୟାଙ୍କ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।