-
ଶ୍ରୀମନ୍ଦିର କଳାହାଟ ଦ୍ଵାରର ରୂପା ଛାଉଣି କରାଯିବ
ପୁରୀ, କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ୫୦୦ କେଜି ରୂପାକୁ ଟ୍ରେଜେରୀ ଅଫିସରୁ ନିଳାଦ୍ରୀ ଭକ୍ତ ନିବାସକୁ ସ୍ଥାନାନ୍ତର କରାଯାଇଛି । ରଥଯାତ୍ରା ସମୟରେ ଶ୍ରୀମନ୍ଦିର କଳାହାଟ ଦ୍ଵାରର ରୂପା ଛାଉଣି କରାଯିବ । ଏଥିରେ ଏହି ରୂପା ବ୍ୟବହାର କରାଯିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ମହାପ୍ରଭୁ ରଥଯାତ୍ରା ୯ ଦିନ ଶ୍ରୀମନ୍ଦିରରେ ବିଜେ କରୁନଥିବାରୁ ଏହି ସମୟରେ ଗର୍ଭ ଗୃହ ସମେତ ଶ୍ରୀମନ୍ଦିରର ଆନୁସଙ୍ଗିକ କାର୍ଯ୍ୟ ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ କରାଯାଇଥାଏ ।