ଘସିପୁରା, କେନ୍ଦୁଝରର ଦୈତାରୀ ଥାନା ଖସାପଦା ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଶନିବାର ଅଭିଯୋଗ ହୋଇଛି। ଭୋଜି କରିବାକୁ ଡାକି ନେଇ ଯୁବକଙ୍କ ବେକ କାଟି ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖସାପଦା ଗାଁ ପାଖ ରାସ୍ତାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି। କେଉଁ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।
Related Stories
May 19, 2024