ଭଦ୍ରକ – ଆଦାନୀ ଗ୍ରୂପର ଏକ ଅଂଶ ଭାବେ ଆଦାନୀ ଗ୍ୟାସ ଲିମିଟେଡ୍ ଏହାର ପ୍ରଥମାର୍ଦ୍ଧ ଏବଂ ଦ୍ୱିତୀୟ ତୈ୍ରମାସିକ ପରିଚାଳନାଗତ ଏବଂ ଆର୍ଥôକ ସ୍ଥିତି ଆଜି ଘୋଷଣା କରିଛି । ଚଳିତବର୍ଷ ଦ୍ୱିତୀୟ ତୈ୍ରମାସିକରେ ଆଦାନୀ ଗ୍ୟାସ ୧୨,୫୦୦ ନୂତନ ଉପଭୋକ୍ତା ସଂଯୋଗୀକରଣ ସହ ଘରୋଇ ଉପଭୋକ୍ତା ସଂଖ୍ୟା ୪ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ୧୫୮ ନୂତନ ବ୍ୟବସାୟିକ ଏବଂ ଉଦ୍ୟୋଗ ସଂଯୋଗୀକରଣ ସହ ଏହିସଂଖ୍ୟା ୪,୧୪୫ କୁ ବୃଦ୍ଧି ପାଇଛି । କମ୍ପାନୀ ଏହାର ସିଏନ୍ଜି ଷ୍ଟେସନ କୁ ବୃଦ୍ଧି କରି ୮୬ରେ ପହଁଚାଇଛି । ସେହିପରି ଆର୍ଥିକ କ୍ଷେତ୍ରର ପ୍ରଥମାର୍ଦ୍ଧରେ ରାଜସ୍ୱ ୧୬ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଦ୍ୱିତୀୟ ତୈ୍ରମାସିକରେ ୧୨ ପ୍ରତିଶତ ରାଜସ୍ୱ ବୃଦ୍ଧି ଘଟିଛି । ଏ ନେଇ ଆଦାନୀ ଗ୍ରୂପର ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି, ଆଦାନୀ ଗ୍ୟାସ ଲିମିଟେଡ଼ ଗ୍ୟାସ ଷ୍ଟେସନ ସ୍ଥାପନ କରିବା ସହ ସମଗ୍ର ଦେଶରେ ଏହାର ନେଟ୍ୱର୍କ ବୃଦ୍ଧି କରିଛି । ସିଟି ଗ୍ୟାସ ବିତରଣରେ ବେଶ୍ ସଫଳତା ହାସଲ କରିଛି । ଆଦାନୀ ଗ୍ୟାସର ସିଇଓ ସୁରେଶ ପି ମଙ୍ଗଲାନୀ କହିଛନ୍ତି ଦ୍ୱିତୀୟ ତ୍ରୈମାସିକରେ ଆଦାନୀ ଗ୍ୟାସ ଲିମିଟେଡ ଉତମ ଅଭିବୃଦ୍ଧି କରିପାରିଛି । ଦେଶରେ ସହରୀ ଗ୍ୟାସ ବିତରଣରେ ଆଦାନୀ ଗ୍ୟାସ ଆଗାମୀ ଦିନରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ।
Related Stories
November 30, 2024