
ଭଦ୍ରକ – ଉକôଳୀୟ ବାଣିଜ୍ୟ ପରମ୍ପରାର ସ୍ମାରକୀ ବହନ କରୁଛି ବାଲିଯାତ୍ରା । ୩ହଜାର ବର୍ଷର ଏହି ପରମ୍ପରା ନିଶ୍ଚିତ ଭାବରେ ଓଡ଼ିଆ ସ୍ୱାଭିମାନର ପ୍ରତୀକ । ଯେଉଁ ବାଣିଜ୍ୟ ଓଡ଼ିଶା ପାଇଁ ପ୍ରାଚୁର୍ଯ୍ୟ ଆଣି ଦେଇଥିଲା, ସେହି ପରମ୍ପରାର ସ୍ମୃତି ରକ୍ଷା କରିବା ପ୍ରତ୍ୟେକ ଓଡ଼ିଶାବାସୀଙ୍କ କର୍ତବ୍ୟ ହେବା ଉଚିତ ବୋଲି ଗତକାଲି ରାତିରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବାଉଦପୁରସ୍ଥିତ ନିତାଇ ଗୌରାଙ୍ଗ ବାଲିଯାତ୍ରାକୁ ଉଦଘାଟନ କରି କହିଛନ୍ତି । ବାଲିଯାତ୍ରା କମିଟିର ଉପଦେଷ୍ଟା ଆଇନଜୀବୀ ରଂଜନ କୁମାର ପଣ୍ଡାଙ୍କ ସଂଯୋଜନା ଓ ନାରାୟଣ ଯେନାଙ୍କ ସଭାପତିତ୍ୱରେ ଅନୁÂିତ ଉକ୍ତ ଉସôବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରତିନିଧି ଇଂ ପ୍ରସାୟାକାନ୍ତୀ ସାମଲ, ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ରାଉତ, ରୋଡ଼ାରୀ ମିଡ଼ଟାଉନ ସଭାପତି ଅତିଶ ବେହେରା, ସରପଂଚ ଶ୍ରୀଧର ଯେନା, ସମାଜସେବୀ କାର୍ତୀକ ବେହେରା, ସରୋଜ ରାଉତ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । କମିଟିର ସମ୍ପାଦକ ବାବୁରାମ ଯେନା ବାଲିଯାତ୍ରା ଇତିହାସ ସମ୍ପର୍କରେ ସୂଚନା ଦେଇଥିବାବେଳେ, କୋଷାଧ୍ୟକ୍ଷ ସୁଧିର କୁମାର ଯେନା ଧନ୍ୟବାଦ ଅର୍ପଣ କରିଥିଲେ । ତେବେ କାର୍ତୀକ ପୂର୍ଣ୍ଣୀମ ଅବସରରେ ବହୁ ସଂଖ୍ୟକ ମହିଳା ଏକ ଆଧ୍ୟାତ୍ମିକ ପରିବେଶରେ କଳସ ଶୋଭାଯାତ୍ରାରେ ବାହାରିଥିଲେ । ୧୦୮ କଳସ ସ୍ଥାପନ ପରେ ନାମସଂକିର୍ତ୍ତନ ଆରମ୍ଭ ହେବା ସହ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ନିତାଇ ଗୌରାଙ୍ଗ ବାଲିଯାତ୍ରା କମିଟି ପକ୍ଷରୁ ଅନୁÂିତ ଏହି ମେଳା ଆସନ୍ତା ୭ଦିନ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିବସରୁ ଏହି ମେଳାରେ ହଜାର ହଜାର ସଂଖ୍ୟାରେ ଜନସମାଗମ ଆରମ୍ଭ ହୋଇଛି । ଦୋଳି, ମୀନାବଜାର ସମେତ ବହୁ ସଂଖ୍ୟକ ବ୍ୟବସାୟୀ ମେଳାରେ ନିଜର ଷ୍ଟଲ ଖୋଲିଛନ୍ତି । ଆସନ୍ତାକାଲିଠାରେ କମିଟି ପକ୍ଷରୁ ଅପେରା ପ୍ରଦର୍ଶନର ମଧ୍ୟ ଆୟୋଜନ କରାଯାଇଛି ।