
MR RANJAN BEHERA

ପୂର୍ବତଟ ରେଳପଥର କ୍ଷେତ୍ରୀୟ ସର୍ବ ଭାରତୀୟ ତଫସିଲଭୁକ୍ତ ଜାତି ଓ ଜନଜାତି ରେଳବାଇ କର୍ମଚାରୀ ସଂଗଠନର ନୂତନ କାର୍ଯ୍ୟକାରୀ କମିଟି ନିର୍ବାଚନ ଇତିମଧ୍ୟରେ ଆୟୋଜିତ ହୋଇଯାଇଅଛି I ଭୁବନେଶ୍ୱର କୋଚିଂ ଡିପୋ ର ଚିଫ ଡିପୋ ମ୍ୟାଟେରିଆଲ ସୁପରିଟେଣ୍ଡେଣ୍ଟ ଶ୍ରୀ ରଞ୍ଜନ ବେହେରା ଜୋନାଲ (କ୍ଷେତ୍ରୀୟ) ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ପୂର୍ବତଟ ରେଳପଥ ମୁଖ୍ୟାଳୟର ଫାଇନାନ୍ସ ଡିପାର୍ଟମେଣ୍ଟର ସିନିୟର ସେକ୍ସନ ଅଫିସର ଶ୍ରୀ ନୃସିଂହ ଚରଣ ସେଠୀ ଜୋନାଲ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି I

ସଂଗଠନର ଅନ୍ୟ ନିର୍ବାଚିତ ସଦସ୍ୟମାନେ ହେଲେ ସମ୍ବଲପୁରର କମରସିଆଲ ସୁପରିଟେଣ୍ଡେଣ୍ଟ ହାଡୁ ନାୟକ ଜୋନାଲ ୱର୍କିଙ୍ଗପ୍ରେସିଡେଣ୍ଟ, ବିଶାଖାପାଟଣା କ୍ୟାରେଜ ଓ ୱାଗନ ବିଭାଗ ସିନିୟର ସେକ୍ସନ ଇଂଜିନିୟର ଶ୍ରୀ ଏନ. ରାମଜୀ ଜୋନାଲ ଅଡିସନାଲ ୱର୍କିଙ୍ଗ ପ୍ରେସିଡେଣ୍ଟ ଏବଂ ଭୁବନେଶ୍ୱର କ୍ୟାରେଜ ଓ ୱାଗନ ଡିପୋର ସିନିୟର ଟେକନିସିଆନ କପିଳାସ ଭୋଇ ଟ୍ରେଜରର ଭାବେ ନିର୍ବାଚିତ ହୋଇଛନ୍ତି I ଏହି ନୂତନ ନିର୍ବାଚିତ କାର୍ଯ୍ୟକାରୀ ସଦସ୍ୟମାନଙ୍କ କାର୍ଯ୍ୟକାଳ ତିନି ବର୍ଷ ପାଇଁ ବଳବତ୍ତର ରହିବ I