-
ଛୁଟିରେ ଗଲେ ଅନୁମତି ନେବାକୁ ବାଧ୍ୟ
-
ନବାବଗତଙ୍କ ଉପରେ ନଜର ରଖିବେ ସୁପ୍ରିମୋ
ଭୁବନେଶ୍ୱର –ଏଣିକି ଦଳୀୟ ବିଧାୟକ ମାନଙ୍କୁ ବିଧାନସଭା ଚାଲିଥିବା ବେଳେ ପ୍ରତିଦିନ ଗୃହରେ ଉପସ୍ଥିତ ରହିବାକୁ ପଡିବ । ଛୁଟିରେ ଗଲେ ଅନୁମତି ନେବାକୁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ଶୀତକଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସର ମଧ୍ୟରେ ବିରୋଧୀ ଦଳଙ୍କୁ ମୁକାବିଲା କରିବାଲାଗି ରଣକୌଶଳ ପ୍ରସ୍ତୁତି ପାଇଁ ବୈଠକ ବସିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ ନବାଗତ ବିଧାୟକମାନଙ୍କ ପ୍ରଦର୍ଶନ ଉପରେ ସେ ବ୍ୟକ୍ତିଗତ ଭାବେ ନଜର ରଖିବେ । ବିଧାନସଭା ଚାଲିଥିବା ସମୟରେ ବିଧାୟକ ମାନେ ଦୁଇ ଦିନରୁ ଅଧିକ ଛୁଟିରେ ଗଲେ ସେମାନଙ୍କୁ ଅନୁମତି ନେବାକୁ ପଡିବ । ଦଳର ମୁଖ୍ୟ ସଚେତକ ଦୈନିକ ବିଧାୟକ ମାନଙ୍କର ଉପସ୍ଥାନ ନେବେ । ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟ ସଚେତକ ଉପସ୍ଥାନ ରିପୋର୍ଟ ଦେବେ । ନବାଗତ ବିଧାୟକମାନଙ୍କର କାର୍ଯ୍ୟଶୈଳୀ ଉପରେ ନଜର ରଖିବା ପାଇଁ କୁହାଯାଇଛି । ସାଂସଦ ମାନଙ୍କ ଭଳି ପ୍ରତି ଦୁଇ ମାସରେ ବିଧାୟକ ମାନେ ରିପୋର୍ଟ ଦେବେ । ରିପୋର୍ଟର ରୂପରେଖ ପାଇଁ ୪ ଜଣ ବରିÂ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ସୌମ୍ୟରଂଜନ ପଟ୍ଟନାୟକ , ଉଷା ଦେବୀ , ଅମର ପ୍ରସାଦ ଶତପଥୀ ଓ କିଶୋର ମହାନ୍ତି ସଦସ୍ୟ ରହିଛନ୍ତି ।