-
ମୁଖ୍ୟ ଅଭିଯୁକ୍ତ ସମେତ ୬ ଗିରଫ
ଗଞ୍ଜାମ, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମସିହାଖାଲି ଗ୍ରାମରେ ପୂର୍ବତନ ସରପଂଚଙ୍କ ସମେତ ୩ ଜଣଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ମାମଲାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମୁଖ୍ୟ ଅଭିଯୁକ୍ତ ସରପଂଚ କେ. ବୁଲୁଙ୍କୁ ସଦର ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅନ୍ୟ ଅଭିଯୁକ୍ତ ମାନେ ହେଲେ କେ. ଭଗବାନ, ଜି. ପ୍ରକାଶ, ଜି.ପ୍ରଦୀପ, ମନୋଜ ସାହୁ ଏବଂ ବଳରାମ ଗୌଡ଼ । ଏମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ଗୋଟିଏ ଖଣ୍ଡା, ଏକ କଟୁରୀ, ୩ଟି ଠେଙ୍ଗାକୁ ପୋଲିସ ଜବତ କରିଛି । ଏ ସଂକ୍ରାନ୍ତରେ ଥାନା ପକ୍ଷରୁ କେସ୍ ନଂ ୨୩୬/୨୨ରେ ଏକ ମାମଲା ରୁଜ୍ଜୁ ହୋଇଛି । ତେବେ ମାମଲାରେ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ରହିଛି ପୋଲିସ ପକ୍ଷରୁ ସେନେଇ ଅଧିକ ତଦନ୍ତ ଜାରୀ ରହିଛି ।
ପ୍ରକାଶ ଥାଉକି, ଗତ ୬ ତାରିଖ ବିଳମ୍ବିତ ରାତିରେ ଘଟିଯାଇଥିବା ଏହି ଆକ୍ରମଣରେ ପୂର୍ବତନ ସରପଂଚ ମନୋଜ କୁମାର ସେଠୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ସହଯୋଗୀ ଶଙ୍କର ଜେନା ଏବଂ ଦୂର୍ଗାପ୍ରସାଦ ପ୍ରଧାନ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।