ଭୁବନ – ‘ଶତାକ୍ଷୀ’ ମହିଳା ସଙ୍ଗଠନ, ଭୁବନେଶ୍ୱର ଓ ଭୁବନର ସଂଭ୍ରାନ୍ତ ସାହିତ୍ୟ ଅନୁÂାନ ‘ବାଣୀ ସାହିତ୍ୟ ସଂସଦ’ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ସଭାଗୃହ ଠାରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ‘ଶତାକ୍ଷୀ’ ର ଅଧ୍ୟକ୍ଷା ଶ୍ରୀମତୀ ସବିତା ପୃଷ୍ଟି ଙ୍କ ସଂଯୋଜନାରେ ଅନୁÂିତ କାର୍ଯ୍ୟକ୍ରମରେ ‘ବାଣୀ ସାହିତ୍ୟ ସଂସଦ’ ର ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ମୁଖ୍ୟଅତିଥି ଭାବେ ଯୋଗଦେଇ ‘ପଙ୍ଗୁ ଲଘୟତେ ଗିରି’ ର ଉଦାହରଣ ଦେଇ କବୟିତ୍ରୀ ରମା ବେହେରା ଙ୍କ ସଂପର୍କରେ ଆଲୋଚନା କରିଥିଲେ । ଭୁବନରେ ଗଣକବି ଭାବେ ସୁପରିଚିତ ସ୍ୱର୍ଗତ ନଟବର ନାୟକଙ୍କ କନ୍ୟା ଶ୍ରୀମତୀ ରମା ବେହେରାଙ୍କ ଦ୍ୱାରା ରଚିତ ଜଣାଣ ପୁସ୍ତକ ‘ବନ୍ଦନା ‘ଅତ୍ୟନ୍ତ ଉଚ୍ଚକୋଟୀର ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷାଗତ ଯୋଗ୍ୟତା ର କୌଣସି ଗୁରୁତ୍ୱ ନଥାଏ,ନିÂା ଏକାଗ୍ରତା ଓ ସାଧନା ଜଣକୁ ଶୀର୍ଷରେ ପହଁଚାଇଥାଏ ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କବୟିତ୍ରୀ ରମା ବେହେରା ବୋଲି କହିଥିଲେ । ଭୁବନ ଥାନା ଆଇଆଇସି ନିର୍ମଳା ଗୋଚ୍ଛାୟତ ଉଦଘାଟକ ଭାବେ ଯୋଗଦେଇ ଭୁବନ ଏକ ସଂସ୍କୃତି ,ଏ÷÷ତିହ୍ୟ ସଂପନ୍ନ ଓ ସ୍ୱାଭିମାନର ଗ୍ରାମ, ଅଳ୍ପ ଶିକ୍ଷିତା କବୟିତ୍ରୀ ରମା ବେହେରାଙ୍କ ଦ୍ୱାରା ରଚିତ ଜଣାଣ ପୁସ୍ତକ ‘ବନ୍ଦନା’ ର ଭୂୟସୀ ପ୍ରଶଂସା କରିବା ସହ ପ୍ରକୃତରେ ଶ୍ରୀମତୀ ବେହେରା ବନ୍ଦନୀୟା ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପଣ୍ଡିତ ତୁଷାରକାନ୍ତ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ନଗରପାଳ ନନ୍ଦକିଶୋର ସାହୁ,ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ ଦାସ, ଚିତ୍ରଶିଳ୍ପୀ ନାରାୟଣ ସାହୁ ପ୍ରମୁଖ ଯୋଗଦେଇ ଗଣକବି ନଟବର ନାୟକ ଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ପୁସ୍ତକ ବନ୍ଦନା ଉନ୍ମୋଚନ କରାଯିବା ସହିତ ଲେଖିକା ଶ୍ରୀମତୀ ରମା ବେହେରା ଙ୍କୁ ପୁଷ୍ପଗୁଚ୍ଛ,ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ବାଜିସେନା ସଭାପତି କମଳ ଲୋଚନ ମହାରଣା ସ୍ୱାଗତଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଶ୍ରୀମତୀ ରମା ବେହେରାଙ୍କ ନାତୁଣୀ ମୋହିନୀ ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।