
-
ତମ୍ବାଖୁ ଉତ୍ପାଦନ ବନ୍ଦ ଦାବିରେ ମିଶନ ଓଡ଼ିଶାର ଶୋଭାଯାତ୍ରା,
ତମ୍ବାଖୁ ବିକ୍ରି ନିଷେଧ ଆଇନ୍ ଚଳିବ ନାହିଁ।ହେ ସରକାର! ତମ୍ବାଖୁ ଉତ୍ପାଦନ ବନ୍ଦ କର।ଓଡିଶାବାସୀଙ୍କୁ କର୍କଟ ରୋଗରୁ ମୁକ୍ତ କର ମିଶନ ଓଡ଼ିଶା ର ଏଭଳି ସ୍ଲୋଗାନ ରେ ବିଶ୍ଵ ତମ୍ବାଖୁ ବର୍ଜନ ଦିବସ ଉପଲକ୍ଷେ ସକାଳୁ ସକାଳୁ କମ୍ପି ଉଠିଥିଲା ପୁରୀ ବଡ଼ଦାଣ୍ଡ।ମିଶନ ଓଡ଼ିଶାର ସଂପାଦକ ମଧୁସୂଦନ ମିଶ୍ରଙ୍କ ନେତୃତ୍ବରେ ରେ ଶହଶହ ଯୁବକଯୁବତୀ ସଚେତନତା ଶୋଭାଯାତ୍ରା ରେ ସହର ପରିକ୍ରମା କରିବାପରେ, ହୋଟେଲ ହଲିଡେ ରିସୋର୍ଟ ସମ୍ମିଳନୀ କକ୍ଷରେ ଅନୁଷ୍ଠାନ ପକ୍ଷରୁ କର୍କଟ ରୋଗ ପ୍ରତିରୋଧକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ର ଉପଦେଷ୍ଟା ବଦ୍ରି ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୁରୀ ର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଏଡିଏମ୍ ମେଡିକାଲ ପ୍ରଣବ କୁମାର ଦାସ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ର ପ୍ରମୁଖ ଡାକ୍ତର ସୁରେନ୍ଦ୍ରନାଥ ସେନାପତି, ଭୁବନେଶ୍ୱର ର ବିଶିଷ୍ଟ ଡାକ୍ତର ମନୋଜ କୁମାର ସାହୁ, ସମାଜସେବୀ ଚକ୍ରଧର ମହାପାତ୍ର,କଟକ କ୍ୟାନସର ହସ୍ପିଟାଲ ର ଡାକ୍ତର ଅନ୍ତର୍ଯ୍ୟାମୀ ସାହୁ, ପୁରୀ ର ବିଶିଷ୍ଟ ଡାକ୍ତର ସୁଦର୍ଶନ ପୋଥାଳ,ନିଶାମୁକ୍ତି ଅଭିଯାନ ଓଡ଼ିଶାର ମଳୟ ତ୍ରିପାଠୀ,
ଶିଳ୍ପପତି ରାଜକିଶୋର ପାତ୍ର, ଡକ୍ଟର ଅଭିମନ୍ୟୁ ଭୂୟାଁ, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ,ଡ୍ରଗ୍ ଇନ୍ସପେକ୍ଟର ଅଞ୍ଜନ କୁମାର ସାହୁ ,ତମ୍ବାଖୁ ସେବନ ନିୟନ୍ତ୍ରିତ କମିଟି ର ଡାକ୍ତର ସୁଶାନ୍ତ ବିଶ୍ଵାଳ ପ୍ରମୁଖ ଯୋଗଦାନ କରି ତମ୍ବାଖୁ ସେବନ ର ଅପକାରିତା, କର୍କଟ ରୋଗ ନିରୂପଣ, ନିରାକରଣ ଓ ଯୁବଗୋଷ୍ଠୀଙ୍କ ଉପରେ ତମ୍ବାଖୁ ସେବନ ର କୁପ୍ରଭାବ ଉପରେ ମତବ୍ୟକ୍ତ କରିଥିଲେ।ଏହି ଶିବିରରେ ୫୮ଜଣ କର୍କଟ ରୋଗୀଙ୍କ ସହ ସିଧାସଳଖ ଆଲୋଚନା ସହ ପରାମର୍ଶ ପ୍ରଦାନ କରାଯାଇଥିଲା।ଏହି ଅବସରରେ କର୍କଟ ରୋଗୀ ଚିକିତ୍ସା ଓ ପ୍ରତିଷେଧ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ଯଶସ୍ବୀ କୁମାର ଦାଶ, କର୍କଟ ରୋଗ ନିରାକରଣ ଓ ସମାଜସେବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋବିନ୍ଦ ଚନ୍ଦ୍ର ପାତ୍ର, ବ୍ରଜକିଶୋର ସାହୁ, ପ୍ରଦୀପ୍ତ କୁମାର ପ୍ରଧାନ, ସତ୍ୟନାରାୟଣ ସାହୁ, ସୁଧାଂଶୁ ଜେନା ଙ୍କୁ ମିଶନ ଓଡ଼ିଶା ସେବା ସମ୍ମାନ ଓ ରମାକାନ୍ତ ମଣ୍ଡଳ ଏବଂ ଇନ୍ଦୁମତି ସାହୁଙ୍କୁ ଯୁଗଳ ବନ୍ଦୀ ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ମଧୁସୂଦନ ମିଶ୍ର, ଜୟନ୍ତୀ ମହାପାତ୍ର,ଶିବରାମ ପ୍ରଧାନ ଓ କେଦାର ମହାପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ୟାମ ପ୍ରକାଶ ସେନାପତି, ସୌମ୍ୟରଞ୍ଜନ ପାତ୍ର,ଦୀପକ ପାତ୍ର, ଭାସ୍କର ପୂଜାରୀ, ଡାକ୍ତର ରାଧାଶ୍ୟାମ ରଥ ଓ ସତ୍ୟ ନାରାୟଣ ପାତ୍ର।