କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ତମାଖୁ ସେବନ ଫଳରେ ବିଶ୍ବରେ ବ୍ୟାପକ ଭାବରେ କ୍ୟାନସର ଭଳି ଦୂରାରୋଗ୍ୟ ବ୍ୟାପୁଛି। ମୁଖ ଗୌହର କ୍ୟାନସର ଯୋଗୁଁ ଲକ୍ଷ ଲକ୍ଷ ଲୋକ କଷ୍ଟ ଯନ୍ତ୍ରଣା ରେ ପଡିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ହଜାର ହଜାର ମୁଖଗୌହର ରୋଗୀ ମୃତ୍ୟୁବରଣ କରୁଛନ୍ତି। ରୋଗୀ ଯେତିକି କଷ୍ଟ ଭୋଗୁଛନ୍ତି ତାଙ୍କର ପରିବାର ଲୋକଙ୍କ ଦୁଖ ନକହିବା ଭଲ। ତମାଖୁ ସେବନ ଦ୍ବାରା କେବଳ ମୁଖଗୌହର କ୍ୟାନସର ନୁହେଁ ଲଙ୍ଗସ୍ କ୍ୟାନସର, ଲିଭର କ୍ୟାନସର ଭଳି ରୋଗରେ ହଜାର ହଜାର ଲୋକ ପୀଡିତ ହେଉଛନ୍ତି। ଓଡିଶାରେ ୨୦୧୩ ମସିହାରୁ ଗୁଟଖାକୁ ବନ୍ଦ କରାଯାଇଛି। ଓଡିଶାରେ ଗୁଟଖା ଉତ୍ପାଦନ ବା ବିକ୍ରି କରାଯିବା ଉପରୁ କଟକଣା ଜାରି କରାଯାଇଥିଲେ ମଧ୍ୟ୍ୟ ଲୁଚାଛପାରେ ଉତ୍ପାଦନ ଓ ବିକ୍ରି କରାଯାଉଛି। ଏପରିକି ସ୍କୁଲ ଠାରୁ ୧୦୦ ମିଟର ଭିତରେ କୌଣସି ତମାଖୁ ବିକ୍ରି କରାଯାଇପାରିବ ନାହିଁ ବୋଲି ସରକାରୀ କଟକଣାକୁ ଫୁ କରିଦେଉଛନ୍ତି ବ୍ୟବସାୟୀ।
ପ୍ରତିବର୍ଷ ମେ ୩୧ ତାରିଖରେ ବିଶ୍ବବ୍ୟାପି ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ World No Tabacco Day ଉପଲକ୍ଷେ ପୁରୀ ଲାଇଟ ହାଉସ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିଛନ୍ତି |
ଏ ବର୍ଷ ର ଥିମ ରହିଛି Protect the environment ଥିମ କୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି ମାନସ ସାହୁ |
ସେ ତାଙ୍କ ବାଲୁକା କଳାରେ ଜଣେ ବ୍ୟକ୍ତି ସିଗାରେଟ ଟାଣୁଛି ଏବଂ ସିଗାରେଟ କିପରି ଲୋକଟିକୁ ଗିଳି ଦେଇ କଙ୍କାଳ ରେ ପରିଣତ କରିଦେଉଛି ତାହା ଅତି ସୁନ୍ଦର ଭାବରେ ଦର୍ଶାଇଛନ୍ତି | ଜନସମାଜକୁ ନିଜ ବାଲୁକା କଳା ମାଧ୍ୟମରେ ସଚେତନ କରାଇବା ସହିତ Tobacco ଗ୍ରହଣ କରି ନିଜ ଜୀବନ କୁ ଦୂର୍ବିଷହ କରିବା ସହିତ ପରିବେଶ କୁ ଦୂଷିତ ନ କରିବା ପାଇଁ ଅନୁରୋଧ କରିଛନ୍ତି |
ଏହି ବାଲୁକା କଳାଟି 12ଫୂଟ ଓସାର ବିଶିଷ୍ଟ ଏବଂ ଏଥିରେ 12ଟନ ବାଲି ଉପଯୋଗ କରାଯାଇଛି | ଶିଳ୍ପୀ World No Tobacco Day ର ବାର୍ତ୍ତା ଦେଇଛନ୍ତି |
ସ୍ବେଚ୍ଛାସେବୀ ଅନୁଷ୍ଠାନ ମିଶନ ଓଡିଶା ଏବଂ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ଙ୍କ ମିଳିତ ସହଯୋଗ ରେ ଲାଇଟ ହାଉସ ବେଳାଭୂମିରେ ସ୍ୟାଣ୍ଡ ଆର୍ଟ ମାଧ୍ୟମରେ ବିଶ୍ବ ତମାଖୁ ବର୍ଜନ ଦିବସର ସଚେତନତା କାର୍ଯ୍ୟକ୍ରମ ଅପରାହ୍ନ ୫ଟା ସମୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମିଶନ ଓଡିଶାର ସମ୍ପାଦକ ମଧୁସୂଦନ ମିଶ୍ର, ଉପଦେଷ୍ଟା ବଦ୍ରି ମିଶ୍ର, ସମାଜସେବୀ ଗୋବିନ୍ଦ ପାତ୍ର, ସତ୍ୟନାରାୟଣ ସାହୁ, କେଦାରନାଥ ମହାପାତ୍ର, ସତ୍ୟ ପାତ୍ର, ଲାଲା ଅନନ୍ତ ନାରାୟଣ ସିଂ, ରାଧେଶ୍ୟାମ ରଥ, ଜଗନ୍ନାଥ ଷଡଙ୍ଗୀ ସମେତ ଅନେକ ସମାଜସେବୀ ଯୋଗଦାନ କରିଥିଲେ।