ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକ ଗୌତମି ପଞ୍ଚାୟତର ଏସ. ଆମ୍ବଠା ଗ୍ରାମରେ ଅଷ୍ଟପ୍ରହରି ନାମ ସଂକୀର୍ତ୍ତନ ଉଦଯାପିତ ହୋଇଥିଲା। ରାଧାକୃଷ୍ଣଙ୍କ ପାଇଁ ପୂଜା ମଣ୍ଡପ କରାଯାଇ ରୀତିନୀତି ଅନୁସାରେ ପୂଜା କରାଯାଇଥିଲା। ସୋମବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ନାମଯଜ୍ଞ କରାଯାଇ ବହୁତ ଆଡମ୍ବର ସହ ପୂଜା ଶେଷ ହୋଇଥିଲା। ଗତ ଦୁଇ ଦିନ ଧରି ସମସ୍ତ ଜନସାଧାରଣ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଭସାଣି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ଭକ୍ତ ଓ ଦର୍ଶକ ଆସିଥିବାରୁ ଗ୍ରାମରେ ଜନସମାଗମ ହୋଇଥିଲା। ଉକ୍ତ ଅଷ୍ଟପ୍ରହରି ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ଗ୍ରାମର ନିରଜ ଜେନା, ସରୋଜ ଜେନା, ଅମିତ ଜେନା, ଲକି ପାତ୍ର, ସଞ୍ଜୟ ମହାଙ୍କୁଡ଼, ପ୍ରମୋଦ ମହାଙ୍କୁଡ଼, ରବୀନ୍ଦ୍ର ପାତ୍ର, ଆଲୋକ ପଟ୍ଟନାୟକ, ପ୍ରତାପ ଜେନା, ସୁଶାନ୍ତ ଜେନା, ସୁକାନ୍ତ ଜେନା, ଲମ୍ବଦର ଜେନା ପ୍ରମୁଖଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।