ଚଣ୍ଡିଗଡ଼: ନର୍ସ ବେଶରେ ଖଲିସ୍ତାନୀ ଆତଙ୍କବାଦୀ। ପଞ୍ଜାବ ପୁଲିସର ଷ୍ଟେଟ୍ ଅପରେସନ ସେଲ୍ ୨ ଜଣ ଖଲିସ୍ତାନ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଲଖବୀର ସିଂ ଓ ସୁରେନ୍ଦର କୌର।
ମହିଳା ଅଭିଯୁକ୍ତ ସୁରେନ୍ଦର କୌରର ଘର ପଞ୍ଜାବର ଫରିଦକୋଟ୍ରେ। ସେ ଲୁଧିଆନାର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲା।
ଅନ୍ୟ ଅଭିଯୁକ୍ତ ହେଉଛି ପଞ୍ଜାବ ହୋସିଆରପୁରର ଲଖବୀର ସିଂହ। ଏହି ଦୁଇ ଆତଙ୍କବାଦୀଙ୍କୁ ୨ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ। ପୁଲିସର ସୂଚନା ଅନୁସାରେ, ଏହି ଦୁଇ ଆତାଙ୍କବାଦୀମାନେ ହିନ୍ଦୁ ନେତାଙ୍କୁ ଟାର୍ଗେଟ୍ କରୁଥିଲେ। ପଞ୍ଜାବରେ ଆତଙ୍କବାଦ ଜାରି ରଖିବାକୁ ଏମାନେ କାମ କରୁଥିବା ଜଣାପଡ଼ିଛି। ସନ୍ଦିଗ୍ଧ କାର୍ଯ୍ୟକଳାପ ପାଇଁ ପଞ୍ଜାବ ପୁଲିସର ସାଇବର କ୍ରାଇମ୍ ସେଲ୍ ଗତ ମାସରୁ ସେମାନଙ୍କ ଉପରେ ନଜର ରଖିଥିଲା।
Related Stories
April 23, 2024