
ବଲାଙ୍ଗିର, ବଲାଙ୍ଗିର ବନ ବିଭାଗ ଆମ ଜଙ୍ଗଲ ଯୋଜନାରେ କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ ବଲାଙ୍ଗିର ଏଫ୍ ଏମ୍ ୟୁ ଅଧିନସ୍ଥ ୭ ଟି ବନ ସୁରକ୍ଷା ସମିତିର ୭୦ ଟି ପରିବାରଙ୍କୁ ଏଫ୍ ଏମ୍ ୟୁ ମୁଖ୍ୟ, ଫରେଷ୍ଟର, ଫରେଷ୍ଟଗାର୍ଡ ଓ ଆମ ଜଙ୍ଗଲ ଯୋଜନାର ଦଳ ଉପସ୍ଥିତରେ ଗତକାଲି ଧାନ ବିହନ ବଣ୍ଟନ କରାଯାଇଛି। ପ୍ରତି ପରିବାରକୁ ୨୦ କେଜି ହିସାବରେ ମୋଟ ୧୪ କ୍ବିଣ୍ଟାଲ ଧାନ ବିହନ ଦିଆଯାଇଛି। ବନ ବିଭାଗର ଏହି କାର୍ଯ୍ୟକ୍ରମକୁ ଚାଷୀମାନେ ପସନ୍ଦ କରିଛନ୍ତି।