
ସମୟ ସମୟର କଥା କାମ ପଡିଲେ ଭଗବାନଙ୍କୁ ଡାକିବା ଭଳି ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର ମଧ୍ୟ ପୁରୀକୁ କେବଳ ପିକନିକ କରିବାକୁ ଆସନ୍ତି | ପୁରୀରେ ନିର୍ବାଚନ ସମୟ ପଡିଲେ କେବଳ ଦେଖାଯାଉଥିବା ଜଣେ ବ୍ୟକ୍ତି ହେଲେ ପିନାକୀ ମିଶ୍ର | ପୁରୀ ବିଧାନସଭା କ୍ଷେତ୍ରୀୟ ଛାତ୍ର କଂଗ୍ରେସ କର୍ମକର୍ତ୍ତା ପିନାକୀ ମିଶ୍ରଙ୍କୁ କାଳି ମାଡ କରି ପୁରୀର ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରନ୍ତୁ ନଚେତ ଆଗାମୀ ଦିନରେ ଆହୁରି ତୀବ୍ର ଆନ୍ଦୋଳନ ହେବ ବୋଲି କହିଛନ୍ତି | ପୁରୀରେ ଅନେକ ସ୍କୁଲ ଓ କଲେଜରେ ଶିକ୍ଷକ ଓ ଅଧ୍ୟାପକ ନାହାନ୍ତି | ମେଡିକାଲରେ ଡାକ୍ତର ନାହାନ୍ତି | ବସ୍ତି ବାସିନ୍ଦା ଆଜିବି ତାଙ୍କର ପରିଚୟ ପାଇପାରୁ ନାହାନ୍ତି | ସରକାର ଜାଗା ମିଶନ କରିଦେଲେ ହେଲେ ଆପଣ କେବେ ଯାଇ ସେମାନଙ୍କ ସ୍ଥିତି ପରିସ୍ଥିତି ବସ୍ତି ବୁଲି ଦେଖିଲେ ନାହିଁ ପୁରୀର ୭୦ ପ୍ରତିଶତ ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନରେ ଅନ୍ତର୍ଭୁକ୍ତ କରାଯାଉନି | ଯୋଜନା ମାଳ ମାଳ ହେଲେ ବିକାଶ ଜ଼ିରୋ | ଗାଁ ଗଣ୍ଡାରେ ଆଜିକି ୨୫ବର୍ଷ ବିଜେଡି ସରକାର ଅମଳରେ ଏବଂ ଆପଣଙ୍କ ସାଂସଦ ସମୟରେ ଏବେବି ଅନେକ ଗ୍ରାମରେ ଗ୍ରାମ୍ୟ ସଡକ ଯୋଜନା, ଆବାସ ଯୋଜନା ଏବଂ ଅନ୍ୟ ବିଭିନ୍ନ ଯୋଜନାରୁ ଆଜିବି ବଞ୍ଚିତ ପୁରୀ ବାସିନ୍ଦା | ଯୁବକ ଏଠି ଭ୍ରଷ୍ଟ ନିଶାଗ୍ରସ୍ତ ନା ସରକାରଙ୍କ ତରଫରୁ ଯୁବକଙ୍କୁ ନିଯୁକ୍ତି ନା ଆପଣଙ୍କ ଅଞ୍ଚଳରେ ଯୁବକଙ୍କ ପାଇଁ କିଛି ଶିଳ୍ପ ଅନୁଷ୍ଠାନ ପାଇଁ ଦାବି କରୁଛନ୍ତି ସାଂସଦ ମହାଶୟ ! ଆଜିର ଛାତ୍ର ସମାଜ କାଲିର ଭବିଷ୍ୟତ ହେଲେ ଆଜିର ଛାତ୍ର ସମାଜ ଉଚିତ ଶିକ୍ଷାରୁ ବଞ୍ଚିତ, ସରକାରୀ ବିଦ୍ୟାଳୟ ପ୍ରତି ଘୃଣାଭାବ, ବେସରକାରୀ ସ୍କୁଲରେ ତଣ୍ଟିଚିପା ଫି, ସେଇଭଳି ପୁରୀ ସଦର ଚିକିତ୍ସାଳୟ ନର୍କ ଦ୍ୱାର ଏବଂ ବେସରକାରୀ ଚିକିତ୍ସାଳୟ ତଣ୍ଟିଚିପା ଖାନା ଏହି ଭଳି ପରିସ୍ଥିତିରେ ସରକାରଙ୍କ ଦରଦାମ ବୃଦ୍ଧି ପ୍ରତି କୌଣସି ପଦକ୍ଷପ ନାହିଁ କି ମହିଳା ସୁରକ୍ଷା ପାଇଁ ପଦକ୍ଷପ ନାହିଁ, ପ୍ରତ୍ୟକ ସରକାରୀ ଅଫିସରେ ବିନା ପିସି କାରବାରରେ କାର୍ଯ୍ୟ ହେଉନି | ଏହିଭଳି ପରିସ୍ଥିତିରେ ପୁରୀର ଜନତା ବାରମ୍ବାର ବିଶ୍ୱାସ ଜୁଟାଇ ତୁମକୁ ଜୟଯୁକ୍ତ କରୁଥିବା ବେଳେ ପୁରୀ ପାଇଁ ତୁମର କୌଣସି ନିଘା ନାହିଁ | ନିର୍ବାଚନ ସମୟ ଆସିଲେ ଯୁବକଙ୍କୁ ଧରି ରାଲି ଓ ମଦ ବାଣ୍ଟିବା ଘରେ ଘରେ ଟଙ୍କା ବାଣ୍ଟିବା ଗୋଡ ଧରି ଭୋଟ ନେବା ହେଲେ ନିଜ କର୍ତ୍ତବ୍ୟ ଭୁଲିଯିବା କେତେଦୂର ଠିକ ! ସାଂସଦକୁ ଚେତାଇ ଦିଆଯାଉଛି ଆଗାମୀ ଦିନରେ ପୁରା ଅଣ୍ଡା ମାଡ ନୁହଁ ଦରକାର ପଡିଲେ ତୁମକୁ ଅଟକାଇ ବୀଚ ବଜାରରେ ପ୍ରଶ୍ନ କରିବା ସହ ମୁଁହରେ କାଳି ବୋଳିଵାକୁ ପଛେଇବୁ ନାହିଁ | ଆଜିର ଏହି କାଳିମାଡ଼ ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ନେତା ଅଗସ୍ତିନ ଜୋସେଫ, ରୀସାନ ଦାଶ, ସାହିଲ ମହାନ୍ତି, ଏବଂ ଅନ୍ୟ ସମସ୍ତ ସହଯୋଗୀ ଙ୍କ ଦ୍ୱାରା କାଳିମାଡ ପରେ ଯୁବ କଂଗ୍ରେସ ପୁରୀ ଜ଼ିଲ୍ଲା ନେତା ଆଲୋକ କୁମାର ଦାଶ, ମନୋଜ ମଣ୍ଡଳଙ୍କ ସମେତ ୪ରୁ ଉର୍ଦ୍ଧଙ୍କୁ ଅଟକ ରଖିଥିବା ବେଳେ ବିରୋଧ କରିଥିବା ସଦସ୍ୟଙ୍କୁ ମଧ୍ୟ ଅଲଗା ଜାଗାରେ ଅଟକ ରଖିଛନ୍ତି |