ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଚଂଳ ଦେଇ ପ୍ରବାହିତ ହେଉଥିବା ଗୋବରି ନଦୀ କ୍ରମଶଃ ପୋତି ହୋଇ ପଡିଛି । ଏହି ନଦୀ ୬୦ ଦଶନ୍ଧି ପୂର୍ବରୁ ଚିରସ୍ରୋତା ବ୍ରାହ୍ମଣୀ ନଦୀରୁ ବାହାରି ପ୍ରାୟ ୬୦ କି.ମି. ଅତିକ୍ରମ କଲାପରେ ବଙ୍ଗୋପ ସାଗରରେ ମିଶିଛି । ଏହି ନଦୀ ଚିରସ୍ରୋତା ସହ ନୌଚଳାଚଳ ପରିବହନ ପାଇଁ ଉଦ୍ଦିଷ୍ଟ ଥିଲା । ମାତ୍ର ୧୮୬୦ ମସିହାରେ କଟକ-ଚାନ୍ଦବାଲି ରାସ୍ତା ତିଆରି ହେବା ସମୟରେ ପଟ୍ଟାମୁଣ୍ଡାଇ ଠାରେ ବ୍ରାହ୍ମଣୀ ଗୋବରୀ ନଦୀର ସଂଯୋଗ ପଥକୁ ବନ୍ଦ କରି ଦିଆଯାଇଥିଲା । ଏହି ବନ୍ଧ ବ୍ରାହ୍ମଣୀ ବନ୍ୟା ନିରୋଧକ ଦଶହଜାରି ବନ୍ଧ ଭାବେ ନାମିତ ରହିଛି । ତେବେ ପଟ୍ଟାମୁଣ୍ଡାଇ ଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୧୬ କି.ମି. ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତିହୋଇ ପଡିଛି । ଫଳରେ ଗୋବରୀ ନଦୀ ଉପରେ ନିର୍ଭର କରୁଥିବା ଉଭୟ ପାର୍ଶ୍ଵର ହଶଶହ ଗ୍ରାମର ଅଧିବାସୀ ମାନେ ନାନା ହଇରାଣ ହରକତ ହେଉଛନ୍ତି । ଏଥି ସହିତ ପାଣି ଅଭାବ ଯୋଗୁଁ ହଜାର ହଜାର ଏକର ଉର୍ବର ଚାଷଜମି ପାଣି ବିନା ପଡିଆ ପଡୁଛି । ଫଳରେ ଲୋକମାନଙ୍କର ଅର୍ଥନୈତିକ ଓ ସାମାଜିକ ବିକାଶ ଘଟିପାରୁ ନାହିଁ । ଏହି ନଦୀ ପାର୍ଶ୍ଵବର୍ତୀ ଇଲାକାର ଜନସାଧାରଣଙ୍କ ସଚେତନତା ଅଭାବ ସାଙ୍ଗକୁ ବିଭାଗୀୟ କର୍ତୁପକ୍ଷଙ୍କ ଆନ୍ତରିକତାର ଅଭାବ ପାଇଁ ଗୋବରୀ ନଦୀ ଆଜି ନିଜର ପରିଚୟ ଖୋଜୁଛି । ତେବେ ଇତିମଧ୍ୟରେ କେନ୍ଦ୍ରାପଡା ଡ୍ରେନେଜ ବିଭାଗ ଦୁଇ ଦୁଇ ଥର ନଦୀ ପୁନଃଉଦ୍ଧାର ପାଇଁ ଅଂଟା ଭିଡି ମଧ୍ୟ ବିଫଳ ହୋଇଛି ।ଏବେ ସମୟ ଆସିଛି ଏହି ଗୋବରୀ ନଦୀକୁ ଚିରସ୍ରୋତା ବ୍ରାହ୍ମଣୀ ସହ ସଂଯୋଗୀକରଣକୁ କାର୍ଯ୍ୟକାରୀ କରାଗଲେ ଏହା ବନ୍ୟା ନିୟନ୍ତ୍ରଣରେ ସହାୟକ ହେବା ସହିତ ପର୍ଯ୍ୟଟନସ୍ଥଳୀ ଭୂସ୍ଵର୍ଗ ଇଟାଲିର ଭାସମାନ ସହର ଭଳି ଏହାର ଦୁଇ ପାର୍ଶ୍ଵ ବନ୍ଧ ରାସ୍ତାକୁ ପଥର ପ୍ୟାକିଂ କରି ସୁଦୃଢ ଓ ମନୋରମ କରିବାକୁ ହେବ । ପୋତି ହୋଇ ପଡିଥିବା ଗୋବରୀ ନଦୀ ମଧ୍ୟସ୍ଥଳୀ ଇଟାଲିର ରୋମ ସହର ଭଳି ଭାସମାନ ବଜାର ସୃଷ୍ଟି ହୋଇପାରିବ । ନଦୀର ଦୁଇପାର୍ଶ୍ଵରେ ପୌରପରିଷଦ ବିଭିନ୍ନ ଦୋକାନ ଓ ଭାସମାନ ବଜାର ଅନୁଷ୍ଠାନ ଗଢିପାରିବ । ଏହି ନଦୀର ଉଭୟପାର୍ଶ୍ଵରେ ରଙ୍ଗବେରଙ୍ଗର ଆଲୋକ ସଜ୍ଜାରେ ପର୍ଯ୍ୟଟକମାନଙ୍କୁ ଏହା ବର୍ଷସାରା ଆକର୍ଷିତ କରିପାରିବ । ପଥପାର୍ଶ୍ଵ ବନ ବିଥିକାରେ ପ୍ରଲ୍ଲୋଭିତ, ପୁଷ୍ପିତ ବନସ୍ପତିମାନ ସୃଷ୍ଟି କରାଯାଇ ପରିବେଶକୁ ଆକର୍ଷଣ କରାଯାଇପାରିବ । ଚମ୍ପା, କୃର୍ଷ୍ଣଚୂଡା, କଦମ୍ବ, କରଞ, ତମାଳ, ନାରୀକେଳ ପରି ବୃକ୍ଷମାନ ସୃଷ୍ଟି କରାଯାଇ ଏହାର ଶୋଭା ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିହେବ । ଏହା ଜାତୀୟ ଉଦ୍ୟାନ ଭିତରକନିକା ମାର୍ଗରେ ଥିବାରୁ ଏହା ବିଶ୍ଵବାସୀଙ୍କୁ ଆକର୍ଷିତ କରିବା ସହିତ ନୌକାବିହାରର ମଜା ମଧ୍ୟ ପର୍ଯ୍ୟଟକମାନେ ନେଇପାରିବେ । ଏହି ମନୋରମ ପରିବେଶକୁ ପର୍ଯ୍ୟଟକମାନେ ବାରମ୍ବାର ଆସିବାକୁ ଇଛା ପ୍ରକଟ କରିବେ । ଏହା ଦ୍ଵାରା ଶିଳ୍ପବିହୀନ କେନ୍ଦ୍ରାପଡା ଜିଲ୍ଲା ଶିଳ୍ପଜଗତରେ ଅନନ୍ୟ ସ୍ଥାନ ଅଧିକାର କରିବ । ବିଜୁବାବୁଙ୍କୁ ରାଜନୀତିରେ ପୁନଃଜନ୍ମ ଦେଇଥିବା ରାଜନଗର ମାଟି ଓ ତାଙ୍କ କର୍ମଭୂମି କେନ୍ଦ୍ରାପଡା ଜିଲ୍ଲା ପ୍ରତି ଏହି ପ୍ରକଳ୍ପ କାରଣରୁ ବିଶ୍ଵର ସୌନ୍ଦର୍ଯ୍ୟପ୍ରେମୀମାନେ ସମ୍ମୋହିତ ହେବେ । ଏହା ଦ୍ଵାରା ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସଙ୍ଗେ ସଙ୍ଗେ ଲୋକମାନଙ୍କର ଆର୍ଥିକ ସ୍ଵଛଳତା ସୃଷ୍ଟି ହେବ । ବିଜୁବାବୁଙ୍କ ସ୍ଵପ୍ନର ସାର୍ଥକତାକୁ ସତରେ ପରିଣତ କରିବା ପାଇଁ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ସହିତ ଏହାକୁ ବିଜୁବାବୁଙ୍କ ନାମରେ ନାମିତ କରାଗଲେ ପ୍ରକୃତପକ୍ଷେ ଏହା ପ୍ରବାଦପୁରୁଷ ବିଜୁବାବୁଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାନ୍ଜଳୀ ହୋଇପାରିବ ବୋଲି ସେ କହିଥିଲେ ।
Related Stories
May 17, 2024