ପୁରୀ – କିରନଜ୍ୟୋତି ସଂଗୀତ ପରିଷଦ ପକ୍ଷରୁ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କିରନଜ୍ୟୋତି ଭବନ ଠାରେ ଶହଶହ ଲୋକ ମାଗଣା ହୋମିଓପାଥିକ ଚିକିତ୍ସା ପାଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ନାରାୟଣ ଚନ୍ଦ ସିହ୍ନାଙ୍କ ତତ୍ୱାବଧାନରେ ଏହି ଶିବିର ପରିଚାଳନା ହୋଇଥିଲା । ବରିଷ୍ଠ ଶିକ୍ଷାବିତ୍ ତଥା ସଂସ୍କୃତିକ ସଂଗଠକ ଶିବସୁନ୍ଦର ମିଶ୍ର ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଡାକ୍ତର ମନୋରଂଜନ ପୃଷ୍ଟି ରୋଗୀମାନଙ୍କର ଚିକିତ୍ସା କରିବା ସହ ଔଷଧ ବଂଟନ କରିଥିଲେ । ଏହି ଶିବିରରେ ରୋଗୀମାନଙ୍କୁ ଶ୍ରୀମଦ୍ ଭାଗବତ ଗୀତା ଓ ଶ୍ରୀମନ୍ଦିର ଶୁଖିଲା ଭୋଗ ବଂଟନ କରାଯାଇଥିଲା ।
ଆଇନଜୀବୀ ଗୋବିନ୍ଦଦାସ ଘୋଷ, ପ୍ରବୋଧ ଚାନ୍ଦ, ଯଜାତିକେଶରି ନାୟକ, ମଦନମୋହନ ଜେନା, ଲକ୍ଷ୍ମୀଧର ଜେନା,ଲଲାଟକେଶରି ନାୟକ, ଅବନି ଦାସ, ବିକ୍ରମ ବେହେରା, ଅମୀୟ ମିଶ୍ର, ନକୁଳ ପତି, ମହେଶ୍ୱର ଦାସ, ମୀନାରାଣୀ ଦାସ, ସରୋଜ ମହାନ୍ତି ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।