ଭୁବନେଶ୍ୱର – ଏଣିକି ସହର ପରି ଗାଁରେ ମଧ୍ୟ ଘର କରିବାକୁ ହେଲେ ଅନୁମତି ନେବାକୁ ପଡିବ । ପଂଚାୟତ ସମିତିର ଅନୁମତି ନେବାରେ ଗାଁରେ ଉଚ୍ଚ ଅଟ୍ଟାଳିକା କରାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଜି+୨ ବା ତିନି ମହଲାର ଘର କରିବା ପାଇଁ ପଂଚାୟତ ସମିତିର ଅନୁମତି ନେବାକୁ ପଡ଼ିବ । ୫୦୦ ବର୍ଗ ମିଟର ଅଂଚଳର ଘର କରୁଥିଲେ ଅନୁମତି ନେବାକୁ ପଡ଼ିବ । ଉପଯୁକ୍ତ ପ୍ଲାନିଂ ସହ ପଂଚାୟତ ସମିତି ପାଖରେ ଆବେଦନ କରିବାକୁ ପଡ଼ିବ । ଏହାର ଆପ୍ରୁଭାଲ୍ ପାଇଁ ପଂଚାୟତ ପକ୍ଷରୁ ଜିଲ୍ଲା ପ୍ଲାନିଂ ୟୁନିଟକୁ ପଠାଯିବ । ଜିଲ୍ଲା ପ୍ଲାନିଂ ୟୁନିଟ ଅନୁମୋଦନ କଲେ ଘର ନିର୍ମାଣ କରାଯାଇପାରିବ