ଜଟଣୀ – ଶିକ୍ଷା ବିଭାଗର ପ୍ରମୁଖ କାର୍ଯ୍ୟାଳୟ, ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବୁଝାଇଥାଏ । ଶିକ୍ଷା ବିଭାଗର ଏହା ଏକ ପ୍ରମୁଖ କାର୍ଯ୍ୟାଳୟ ଭାବେ ଜଣାଯାଏ । ଏହି କାର୍ଯ୍ୟାଳୟ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟରେ ରହିବାର ଆଇନ ଥିବାବେଳେ ବ୍ଲକର ବ୍ଲକ ମୁଖ୍ୟାଳୟରେ ରହିବା ପାଇଁ ଆଇନ ରହିଛି । ମାତ୍ର ଜଟଣୀ ବ୍ଲକର ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଜଟଣୀ ସହରରୁ ୫/୭ କି.ମି. ଦୂର ଜାଆଁଳା ସ୍ଥିତ କୃଷ୍ଣଚନ୍ଦ୍ର ନୋଡାଲ ସ୍କୁଲ ପରିସରରେ କାର୍ଯ୍ୟରତ ଅଟେ । ଏହି କାର୍ଯ୍ୟାଳୟକୁ ଜଟଣୀ ସହରରୁ ଗମନା ଗମନର କୌଣସି ସୁବିଧା ନଥିବାବେଳେ ସାଧାରଣ କାମ ପାଇଁ ଏଠାକୁ ଆସିବା ପାଇଁ ୨୦୦/୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ତେଣୁ ଏହାର ସମାଧାନ ଓ ନିୟମକୁ ମାନିବା ଉଦ୍ଦେଶ୍ୟରେ ଜଟଣୀ ବ୍ଲକ କାର୍ଯ୍ୟାଳୟ ପରିସରକୁ ପୁନଶ୍ଚ ଫେରାଇ ଆଣିବା ପାଇଁ ନିବେଦନ ହୋଇଛି ।
ସୂଚନାନୁସାରେ, ଜଟଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଦୀର୍ଘଦିନ ଠାରୁ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଟି ଏସ୍ଆଇ ପଦବୀରୁ କାର୍ଯ୍ୟରତ ଥିଲା । ଏହା କାଳକ୍ରମେ ବିଇଓଙ୍କ ପଦବୀରେ କାର୍ଯ୍ୟକାରୀ ହୋଇ ଅଳ୍ପ କିଛିଦିନ ପରେ ଜଟଣୀ ବ୍ଲକ ଅନ୍ତର୍ଗତ ଜାଆଁଳା ଠାରେ ଥିବା କେ.ସି. ନୋଡାଲ ଉପ୍ରା ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଗଲା । ଏହି କାର୍ଯ୍ୟାଳୟ ଉପରେ ଜଟଣୀ ବ୍ଲକର ୧୫ଟି ପଂଚାୟତର ଏବଂ ପୈାରପରିଷଦର ୨୩ ଟି ୱାର୍ଡର ବିଦ୍ୟାଳୟଗୁଡ଼ିକର କାର୍ଯ୍ୟ ନିର୍ଭର କରିଥାଏ । ବିଦ୍ୟାଳୟର ଷ୍ଟୋର ରୁମରେ ଏହି କାର୍ଯ୍ୟାଳୟ ଆରମ୍ଭ ହେଲା । ଏଠାକୁ କାହିଁକି ଏବଂ କେଉଁ ଉଦ୍ୟେଶ୍ୟରେ ସ୍ଥାନାନ୍ତରିତ କରାଗଲା ସେ ନେଇ କାହା ପାଖରେ ଉତର ନାହିଁ । ଏହାର କେତେକ ଅଧିକାରୀମାନେ ଭୂବନେଶ୍ୱରରେ ରହୁଥିବା ହେତୁ ନିଜ ସ୍ୱାର୍ଥ ପାଇଁ ଯାତାୟତର ସୁବିଧାକୁ ନେଇ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ ପ୍ରକଟ କରାଯାଉଛି । ସରକାରଙ୍କ ନିୟମନୁସାରେ ବ୍ଲକ ହେଡକ୍ୱାଟରରେ ଏହି କାର୍ଯ୍ୟାଳୟ କାର୍ଯ୍ୟକାରୀ ହେବାର ନିର୍ଦ୍ଦେଶ ରହିଥିବାବେଳେ ବ୍ଲକ କାର୍ଯ୍ୟାଳୟ ପରିଶରରେ କାର୍ଯ୍ୟାଳୟ ପାଇଁ ଗୃହ ଥାଇ ମଧ୍ୟ ଏଠାକୁ ସ୍ଥାନାନ୍ତରିତ କରାଯାଉ ନାହିଁ । ବିଗତ ଦିନରେ ଜଟଣୀ ପୈାରପରିଷଦ ଓ ପଚାଂୟତ ସମିତି ବୈଠକରେ ଏହି କାର୍ଯ୍ୟାଳୟକୁ ପୁନଶ୍ଚ ବ୍ଲକ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ପାଇଁ ପାରିତ ହୋଇ ଜିଲାପାଳଙ୍କୁ ଅବଗତ କରାଯାଇଥିଲା । ମାତ୍ର ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା ନାହିଁ । ଏହି କାର୍ଯ୍ୟାଳୟକୁ ତୁରନ୍ତ ଏଠାକୁ ସ୍ଥାନାନ୍ତରିତ କରାଯିବା ପାଇଁ ଦାବି ହୋଇଛି ।