ଜୟପୁର – ମାଲିକଙ୍କ ନିକଟରେ ନିଜର ଉଦାରପଣିଆର ପରିଚୟ ଦେଇଛି କୁକୁର । ଅାଜି ପୁଣି ଥରେ ଏହି ଘଟଣା ସାମ୍ନାକୁ ଅାସିଛି ।
ଜୟପୁର ସ୍ଥିତ ପାୱାର ହାଉସ କଲୋନୀର ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ଘରେ ଗତକାଲି ଏକ ନାଗସାପ ପ୍ରବେଶ କରିବାକୁ ଚେଷ୍ଟା କଲାବେଳେ ଶଙ୍କରଙ୍କ ପୋଷାକୁକୁର “ଡ଼ଗି” ନିଜ ଜୀବନକୁ ବାଜି ଲଗାଇ ପ୍ରାୟ ଅଧଘଣ୍ଟା ଧରି ନାଗସାପ ସହ ଲଢେ଼ଇ କରି ନିଜ ମାଲିକଙ୍କ ଘରେ ପ୍ରବେଶ କରିବାକୁ ଦେଇ ନଥିଲା । ଉଭୟଙ୍କ ମଧ୍ୟରେ ଦୀର୍ଘ ଅଧ ଘଣ୍ଟାର ଘମାଘୋଟ ଲଢ଼େଇ ପରେ କୁକୁରଟି ନିଜର ଦାନ୍ତ ଓ ପଞ୍ଝା ସାହାଯ୍ୟରେ ନାଗ ସାପକୁ 2 ଖଣ୍ଡ କରିଦେବା ସହ ଘରର 6 ପ୍ରାଣୀଙ୍କ ଜୀବନ ରକ୍ଷା କରିପାରିଛି । ଡ଼ଗିର ଏହି ଅଦମ୍ୟ ସାହାସ ପାଇଁ ଅାଖପାଖର ଲୋକେ କୁକୁରଟିର ବେଶ୍ ପ୍ରଶଂସା କରିଛନ୍ତି ।
Related Stories
September 19, 2025
September 19, 2025