ବାରିପଦା – ବାରିପଦା ସହରର ୧୮ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ତୁଳସୀଚଉରା ଛକ ନିକଟରେ ଥିବା ଭାରତୀୟ ଜନତା ପାର୍ଟିର ମୟୂରଭଞ୍ଜ ଲୋକସଭା ସାଂସଦଙ୍କ କାର୍ଯ୍ୟାଳୟରେ ସାଂସଦ ଇଂ ବିଶ୍ୱେଶର ଟୁଡ଼ୁଙ୍କୁ ଆଜି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରୁ ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଜିଲ୍ଲାବାସୀଙ୍କ ଗମନାଗମନର ସୁବିଧା ନିମନ୍ତେ ପଚଂପୀଢ଼ ଉପଖଣ୍ଡର ଠାକୁରମୁଣ୍ଡାଠାରୁ ବାଲେଶ୍ୱର ଜିଲ୍ଲାର ରୁପ୍ସା ଭାୟା କପ୍ତିପଦା ଉପଖଣ୍ଡର ଡଙ୍ଗାଡ଼ିହା, ପୋଡ଼ାଡ଼ିହା , ଉଦଳା, ବାରିପଦା ଉପଖଣ୍ଡର ମାଣିତ୍ରୀ, ବୈଶିଙ୍ଗା ମଧ୍ୟ ଦେଇ ଯାଇଥିବା ଏମଡ଼ିଆର-୭୦ ରାସ୍ତାକୁ ଜାତୀୟ ରାଜପଥର ମାନ୍ୟତା ପ୍ରଦାନ ସହ ପୂର୍ଣ୍ଣାଙ୍ଗକରଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଜେଏସ ଜାମଡ଼ାହି ଗ୍ରାମପଂଚାୟତର ସରପଂଚ ଜୟରାମ ମାର୍ଣ୍ଡି ଓ ପୂର୍ବତନ ସରପଂଚ ମୋହନ ଦାସ, ରଘୁ ସିଂ, ରାଜେଶ କୁମାର ନାୟକ, ଓମ୍ ପ୍ରକାଶ ମହାନ୍ତି, ନୁଦଡ଼ିହା ଗ୍ରାମପଂଚାୟତର ପୂର୍ବତନ ସରପଂଚ ନାରାୟଣ ମାର୍ଣ୍ଡି, କୁକୁରଡ଼ିମାର ବିକାଶ ରଞ୍ଜନ ନାୟକ, ନନ୍ଦୁରସାହିର ପ୍ରଦୀପ କୁମାର ରାଉତ, ସରୋଜ କୁମାର ମହାନ୍ତି, ପିତାମ୍ବର ବେହେରା, ସହଦେବ ବାରିକ, ହାଡ଼ିବନ୍ଧୁ ନାୟକ, ଠେବଲ ସିଂ ପ୍ରମୁଖ ଉପସ୍ଥିତ ରହି ସାଂସଦ ଶ୍ରୀଟୁଡ଼ୁଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ଉଦଳା ବିଧାୟକ ଭାସ୍କର ମଢ଼େଇ, ବଡ଼ସାହି ବିଧାୟକ ସନାତନ ବିଜୁଳି ପ୍ରମୁଖଙ୍କ ସହ ପଚଂପୀଢ଼, କପ୍ତିପଦା ଓ ବାରିପଦା ଉପଖଣ୍ଡର ବହୁ ନିର୍ବାଚିତ ଜନପ୍ରତିନିଧି ସୁପାରିଶ ଏବଂ ଶତାଧିକ ଜନସାଧାରଣ ସ୍ୱାକ୍ଷର ପ୍ରଦାନ କରିଥିବାର ଜଣାପଡିଛି ।