
– ସ୍ମିତାରାଣୀ , ପିଏମ୍ ଆବାସ ଯୋଜନା ହେବ ବିଜେପିର ପ୍ରସଙ୍ଗ
– ମୋ ସରକାର , ୫-ଟି କୁ ନେଇ ସରକାରଙ୍କୁ ଘେରିବ କଂଗ୍ରେସ
ଭୁବନେଶ୍ୱର – ରାଜ୍ୟ ସରକାର ଆରମ୍ଭ କରିଥିବା ମୋ ସରକାର କାର୍ଯ୍ୟକ୍ରମ ଓ ୫- ଟିର କାର୍ଯ୍ୟକାରିତା ନେଇ ବିଧାନସଭାରେ ପ୍ରସଙ୍ଗ ଉଠାଇବ କଂଗ୍ରେସ । ଆସନ୍ତାକାଲି ଦଳର ବିଧାୟକ ଦଳ ବୈଠକରେ ବିସ୍ତୃତ ରଣନୀତି ପ୍ରସ୍ତୁତ ହେବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ମହିଳା ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣା ଏବଂ ପ୍ରଧାମନ୍ତ୍ରୀ ଆବାସ ଯୋଜନା ଅନିୟମିତତାକୁ ବିରୋଧୀ ଦଳ ବିଜେପି ବିଧାନସଭାରେ ପ୍ରସଙ୍ଗ କରିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ।
ସୋମବାର ଦିନ ବିଧାନସଭା ରଣନୀତି ପ୍ରସ୍ତୁତ କରିବା ନେଇ ବିଜେପି ବିଧାୟକ ଦଳ ବୈଠକ ଅନୁÂିତ ହୋଇଥିଲା । ତେବେ ବୈଠକରେ ଦଳର ସବୁ ବିଧାୟକ ଉପସ୍ଥିତ ହୋଇପାରିନଥିବାରୁ ୧୩ ତାରିଖରେ ବୈଠକ ବସି ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସର ବରିÂ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ·ଲିଛନ୍ତି । କିନ୍ତୁ ବାତ୍ୟା ଫୋନି ପରେ ଏବେ ବୁଲବୁଲ ଅନେକ ସ୍ଥାନରେ ତାଣ୍ଡବ କରିଛି । କିଛି ସ୍ଥାନରେ ବନ୍ୟାସ୍ଥିତି ମଧ୍ୟ ଉପୁଜିଥିଲା । କିନ୍ତୁ ବର୍ତମାନ ସୁଦ୍ଧା ପ୍ରାକୃତିକ ବିପର୍ଯ୍ୟୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବଲାଙ୍ଗୀର ସମେତ ବହୁ ଜିଲ୍ଲାରେ ଲୋକଙ୍କୁ ସହାୟତା ମିଳିନାହିଁ ।ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଶାସକ ଦଳ ବିରୋଧି ଦଳ ବିରୋଧରେ ପୋଲିସ ପ୍ରଶାସନକୁ ବ୍ୟବହାର କରୁଛି । କିନ୍ତୁ ଦୁର୍ନିତିଗ୍ରସ୍ତ ଅଫିସରଙ୍କୁ ଜାଣିଶୁଣି ଘଂଟ ଘୋଡ଼ାଉଛନ୍ତି ରାଜ୍ୟ ସରକାର ।