ପବିତ୍ର ଅକ୍ଷୟ ତୃତୀୟାର ଶୁଭଲଗ୍ନରେ ରଥକାଠ ଅନୁକୂଳ ପର୍ବ ଶେଷ ହୋଇଥିଲା । ବୁଧବାର ସକାଳ ୮ଘଟିକାରେ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ରଥ ଖଳାକୁ ତିନିରଥର ମୁଖ୍ୟ
ମହାରଣା ସମେତ ରଥ ଅମିନକୁ ମିଶାଇ ୧୦ ଜଣ, ୮ଜଣ ଭୋଇ ସେବକ,ତିନିରଥର ୪ ଜଣ କରତି ସେବକ ଉପସ୍ଥିତିରେ ଅମୀନ ମହାରଣା ତୁମ୍ବ ପାଇଁ ଆବଶ୍ୟକ ଫାସୀ କାଠରେ ଚିହ୍ନ ଦେବାପରେ କରତି ସେବକ ତୁମ୍ବ କାଠ କାଟିଥିଲେ | ନନ୍ଦିଘୋଷ ରଥ ଏବଂ ତାଳଧ୍ଵଜ ରଥର ତୁମ୍ବ ସାଇଜ ୨ଫୁଟ ୮ଇଞ୍ଚ ରହୁଥିବା ବେଳେ ମା’ ସୁଭଦ୍ରା ଙ୍କ ରଥ ତୁମ୍ବ ମାପ ୩ଫୁଟ ରହିଥାଏ, ଯାହାକି ତୁମ୍ବ କୁ ବାରିସୀ ରେ ଗୋଲେଇ କରି
ସମତୁଲ କଲାପରେ ବଳକା ଅଂଶ କୁ ପରେ କଟା ଯାଇଥାଏ । ଆଜି ତିନିରଥର ଦୁଇଟି ଲେଖାଏଁ ତୁମ୍ବ କରତି ସେବକ ମାନେ କଟିଙ୍ଗ କରିଛନ୍ତି । ଯାହାକୁ ତିନିରଥର ମହାରଣା ମାନେ ବାରିସୀରେ ହାଣି ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କୀୟ ୧୫ ଟି ସ୍ଥର ଚିତ୍ର ପ୍ରଦାନ କରାଯାଇଛି ।
Related Stories
November 23, 2024