-
୧୫୭ ଗ୍ରାମ୍ ସୁନା, ୧୭୦ ଗ୍ରାମ ରୂପା ସହ କାର୍ ଜବତ
କଟକ, ପୋଲିସ ୪ ଡ଼କାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ୮ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଜବତ ହୋଇଛି । ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ସେମାନଙ୍କ ଠାରୁ ୧୫୭ ଗ୍ରାମ୍ ସୁନା ଓ ୧୭୦ ଗ୍ରାମ ରୂପା ସହ ଗୋଟିଏ କାର୍ ଜବତ ହୋଇଛି । ଗତ କିଛି ଦିନ ତଳେ ଏହି ଗ୍ୟାଙ୍ଗ ବିଡ଼ାନାସୀ ଓ ଚୌଦ୍ଵାର ଅଂଚଳରେ ଲୋକଙ୍କ ଘରେ ପଶି ଟଙ୍କା, ସୁନା ଲୁଟ୍ କରିଥିଲେ । ଅଭିଯୁକ୍ତ ମାନଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ । ତେବେ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନଙ୍କୁ ଖୋଜା ଚାଲିଛି । ଖୁବ୍ ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଚାଲିଛି ।