
ଭଦ୍ରକ – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ବୁଲ୍ବୁଲ୍ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି ା ଏଥି ସହିତ ବ୍ଲକର ବିଭିନ୍ନ ଅଳରେ ବୃହତ୍ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ କରି ଯାତାୟତରେ ବାଧା ସୃଷ୍ଟି କରିଥିବା ଜଣାପଡ଼ିଛି। ବୁଲ୍ବୁଲ୍ େଯାଗୁ ତିହିଡ଼ି ବ୍ଲକର ୨୦ହଜାର ହେକ୍ଝର ଜମିରେ ଧାନଫସଲ ପ୍ରଭାବିତ ହୋଇଥିବା ବେଳେ ପରିବା ଚାଷ ମଧ୍ଯ କ୍ଷତି ହୋଇଥିବା ଜଣାଯାଇଛି। ଅଧିକାଂଶ ସ୍ଥାନରେ ପାଚିଲା ଧାନକିଆରିରେ ପାଣି ପଶି ଧାନଗଛ ବୁଡ଼ି ରହିଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ଯରେ ନୈରାଶ୍ୟଭାବ ପ୍ରକାଶ ପାଇଛି। ବାତ୍ୟା ଫଳରେ କେତେକ ସ୍ଥାନରେ ଚାଳଛପର ଘର ଉଡ଼ି ଯାଇଥିବା ବେଳେ ମାଟିକାନ୍ଥ ପଡ଼ି ଯାଇଛି। ବାତ୍ୟା ପ୍ରଭାବରେ ବ୍ଲକର ଗୁଆମାଳ, ମୋଡ଼ସାହି ଦୋଳସାହି, ପାଳିଆ, ସିନ୍ଦୋଳ, କମାରିଆ, ମଙ୍ଗରାଜପୁର, ପୁରୁଣାହାଟ, କୋହ୍ଲା, ଗଦି, ପୀରହାଟ ଇତ୍ୟାଦି ଅଳରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ କରି ରଖôଥିଲା ା ତିହିଡ଼ି ଦମକଳ ବାହିନୀର ମୁଖ୍ୟ ସୁକାନ୍ତ କୁମାର ସେଠୀ ରବିବାର ତିହିଡ଼ି ଅଳରେ ପହô ବାତ୍ୟା ସµର୍କରେ ଅନୁଧ୍ଯାନ କରିଥିବା ବେଳେ ତିହିଡ଼ି ଅଗ୍ନିଶମ ବିଭାଗ ଅଧିକାରୀ ଆଲୋକ କୁମାର ଦେବଗୋସ୍ବାମୀ, ହାବିଲଦାର କୃଷ୍ଣ ଚନ୍ଦ୍ର ବେହେରା, ଚିରଞ୍ଜିବ୍ ନାୟକ, ଅନନ୍ତ ଦାସ, ବିକାଶ ସାହୁ, ପ୍ରଶାନ୍ତ ମଲ୍ଲିକ, ନବୀନ ନାୟକ, ମନୋରଂଜନ ବେହେରା, ରାକେଶ ମଲ୍ଲିକ, ସାଗର ଟୁଡୁ, ସଂଜୀବ ବଡ଼ଜେନା ପ୍ରମୁଖ ବିଭିନ୍ନ ସ୍ଥାନରୁ ଗଛକାଟି ରାସ୍ତା ଅବରୋଧ ମୁକ୍ତ କରିଥିଲେ ା ସେହିପରି ଗଛ ଉପୁଡ଼ି ପଡ଼ିଥିବାରୁ ଗ୍ରାମାଳକୁ ବିଦୁ୍ୟତ୍ ବିଚ୍ଛିନ୍ନ ହୋଇଛି। ରବିବାର ମଧ୍ଯାହ୍ନ ସୁଦ୍ଧା ତିହିଡ଼ି ଓ ଆଖପାଖ ଅଳକୁ ବିଦୁ୍ୟତ୍ େଯାଗାଣ ହୋଇଛି। ମାତ୍ର ଶନିବାର ରାତି ଠାରୁ ଗ୍ରାମାଳ ଅନ୍ଧାରରେ ରହିଥିବା ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ଉପୁଡ଼ି ପଡ଼ିଥିବା କବିଦୁ୍ୟତ୍ ଖୁିକୁ ବିଭାଗ ପକ୍ଷରୁ ଏସ୍ଡିଓ ଜିତେନ୍ଦ୍ର ବେହେରା ଓ ପ୍ରିୟବ୍ରତ ନାୟକଙ୍କ ତ୍ବାବଧାନରେ ଯୁଦ୍ଧକାଳୀନ ଭିିରେ ସଜଡ଼ା ଯାଇ ବିଦୁ୍ୟତ୍ ସଂେଯାଗ ପାଇଁ ଉଦ୍ୟମ ଚାଲିଛି। ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ, ତହସିଲଦାର ଅନୀତା ନାୟକ ବାତ୍ୟା ସµର୍କରେ ଅନୁଧ୍ଯାନ କରିଛନ୍ତି। ବାତ୍ୟା ପାଇଁ େଯଉଁ ସ୍ଥାନରେ ବିଦୁ୍ୟତ୍ ସଂେଯାଗ ହୋଇ ନାହó ସେହି ସବୁ ସ୍ଥାନରେ ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ଯାଇଛି ା ଏଥିପାଇଁ ଟ୍ୟାଙ୍କର େଯାଗେ ପାନୀୟ ଜଳ େଯାଗାଇ ଦିଆଯିବାର ବ୍ୟବସ୍ଥା କରାଯିବାକୁ ଜଳ ପରିମଳ ବିଭାଗର କନିଷ୍ଠଯନ୍ରୀ ଖଗେନ୍ଦ୍ର ପ୍ରସାଦ ବେହେରା ଓ ମାନସୀ ମହାପାତ୍ର ପଦକ୍ଷେପ ନେଇଛନ୍ତି।