ଭଦ୍ରକ – କେନ୍ଦ୍ରାଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ ଭଦ୍ରକ ଗସ୍ତରେ ଆସି ଦୋଳସାହି ସ୍ଥିତ େଯାଗୀ ଋଷି ଲଛମନ ଦାସ ଶିଶୁ ଆଶ୍ରମର ଅନ୍ତେବାସୀଙ୍କ ସହ ମଧ୍ଯାହ୍ନ ଭୋଜନ କରିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ପରେ ମନ୍ରୀ ଅଫିସରଙ୍କୁ ବିଭିନ୍ନ ସରକାରୀ ବିଦ୍ୟାଳୟ, ଅନାଥାଶ୍ରମ, କନ୍ୟାଶ୍ରମ ଆଦିକୁ ଯାଇ ସେମାନଙ୍କ ସହ ମିଶି ମଧ୍ଯାହ୍ନ ଭୋଜନ କରିବା ସହିତ ସ୍ଥିତି ପରଖôବାକୁ ଦେଇଥିବା ନିଦ୍ର୍ଧେଶନାମାକୁ ଅଧିକାରୀ ଓ ମନ୍ରା କଡ଼ାକଡ଼ି ପାଳନ କରୁଛନ୍ତି। ଏହି ପରୀପ୍ରେକ୍ଷୀରେ ଆଜି କେନ୍ଦ୍ରାଳ ରାଜସ୍ବ ଆୟୁକ୍ତ ଶ୍ରୀଯୁକ୍ତ ସାମଲ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ପ୍ରକଳ୍ପ ନିଦ୍ର୍ଧେଶକ ରାଜେନ୍ଦ୍ର କୁମାର ପଣ୍ଡା ତିହିଡ଼ି ବ୍ଳକ ଦୋଳସାହି ଗ୍ରାମ ସ୍ଥିତ େଯାଗୀ ଋଷି ଲଛମନ ଦାସ ଶିଶୁ ଆଶ୍ରମ (ଶିଶୁ ଯତ୍ନ ଅନୁଷ୍ଠାନ)କୁ ଯାଇଥିଲେ। ସେଠାରେ ପିଲାମାନଙ୍କ ସହିତ ମିଶିବା ସାଙ୍ଗକୁ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଆଶ୍ରମର ଶିକ୍ଷକ, ପରିଚାଳକଙ୍କ ସହିତ ବିିଭିନ୍ନ ଆଲୋଚନା ପରେ ପିଲାଙ୍କ ସହିତ ମିଶି ଭୋଜନ କରିଥିଲେ।
Related Stories
December 26, 2024