
ଭଦ୍ରକ – ବାତ୍ୟା ବୁଲ୍ବୁଲ୍ରେ ଭଦ୍ରକ ଜିଲାର ଚାନ୍ଦବାଲି, ବାସୁଦେବପୁର, ଧାମନଗର ବ୍ଲକ୍ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବହୁ ବଡ ବଡ ଗଛ ଉପୁଡି ପଡିବା ସହ ଘରଦ୍ବାର ମାଟିରେ ମିଶିଯାଇଛି। ବିଜୁଳି ଖୁମାନ ଉପୁଡି ପଡିବାରୁ ଏପର୍ଯ୍ୟନ୍ତ ବିଜୁଳି ସରବରାହ ବନ୍ଦ ରହିଛି। ଲୋକମାନେ ଜବୀନ ବଂଚାଇବା ପାଇଁ ମାଟି ଛପର ଘରୁ ବାହାରି କୋଠାଘର ଓ ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ଆଶ୍ରୟ ନେଇଥିଲେ। ଏହି ବାତ୍ୟାରେ ଚାନ୍ଦବାଲିର ପ୍ରତି ପଂଚାୟତର େଯାଗାେଯାଗ ବିଚ୍ଛିନ୍ନ ହୋଇପଡିଥିଲା। ତେବେ ବାତ୍ୟା ଶେଷ ହେବା ପରେ ଏସ୍ଆରସିଙ୍କ ନିଦ୍ର୍ଧେଶରେ ଆରଡିସି ଏବଂ ଉପ ଜିଲାପାଳ ଚାନ୍ଦବାଲି ଗସ୍ତ କରି ସ୍ଥିତି ଅନୁଧ୍ଯାନ କରିବା ସହ ବ୍ଲକ୍ କାର୍ଯ୍ୟାଳୟରେ ବିଜୁଳି, କୃଷି, ପାନୀୟ ଜଳ ବାବଦରେ ରାଜସ୍ବ ବିଭାଗ, ସ୍ବାସ୍ଥ୍ୟ ଓ ଆରଡି ବିଭାଗ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇ ଚାନ୍ଦବାଲି ବ୍ଲକ୍କୁ ତୁରନ୍ତ ସହାୟତା େଯାଗାଇ ଦେବାକୁ ନିଦ୍ର୍ଧେଶ ଦେଇଛନ୍ତି। ଗୋଟିଏ ଦିନ ମଧ୍ଯରେ ବିଜୁଳି ସଂେଯାଗ ସହ ରାସ୍ତାରେ ପଡିରହିଥିବା ଗଛ ସଫା କରିବା ପାଇଁ ଆରଡିସି ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ପ୍ରତି ପଂଚାୟତରେ ଆର.ଆଇ. ଓ ତହସିଲଦାର ୭ ଦିନ ମଧ୍ଯରେ ସମସ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ଏବଂ ଚାଷର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ କୃଷି ବିଭାଗ ୩ ଦିନ ମଧ୍ଯରେ ଆକଳନ ରିପୋର୍ଟ ପ୍ରଦାନ କରିବାକୁ ସେ ନିଦ୍ର୍ଧେଶ ଦେଇଥିବାର ଜଣାପଡିଛି।