ମାଲକାନଗିରି, ମାଲକାନଗିରି ସାମ୍ବାଦିକ ୟୁନିୟନ (ଏମ ୟୁ ଜେ )ର ନୂତନ ଅଫିସ ଗୃହ ସାଂସଦ, ନବରଙ୍ଗପୁର ରମେଶ ଚନ୍ଦ୍ର ମାଝୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି ଏବଂ ମାଲକାନଗିରି ପୈାର ପରିଷଦର ଅଧ୍ୟକ୍ଷ ମନୋଜ କୁମାର ବାରିକ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତି ରେ ସାମ୍ବାଦିକ ମାନେ ସେମାନଙ୍କ କର୍ତଵ୍ୟ ଦାୟିତ୍ୱ କୁ ଠିକ ଭାବେ ତୁଲାଇ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ରହିଥିବା ସମସ୍ୟା କୁ ଲୋକ ଲୋଚନକୁ ଆଣି ତାହାର ସମାଧାନ କରୁଥିବା ନେଇ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସାଂସଦ ଶ୍ରୀ ମାଝୀ ମାଲକାନଗିରି ଏମ ୟୁ ଜେ ର ଏହି କ୍ୟାମ୍ପସ ଏବଂ ଅଫିସ ତଥା ସଂଘର ବିଭିନ୍ନ ଉନ୍ନୟନ ବିଷୟରେ ଭୁୟସି ପ୍ରଶଂସା କରିଥିଲେ ଏବଂ ସେ ଖାଲି ଓଡ଼ିଶା କାହିଁକି, ସାରା ଭାରତରେ ଏହିପରି ସୁନ୍ଦର ଓ ସୁବ୍ୟବସ୍ଥିତ ଅଫିସ ପରିସର, ଦେଖିନାହାନ୍ତି ବୋଲି କହିଥିଲେ!ଶେଷରେ ସାଂସଦ, ବିଧାୟକ ଓ ମ୍ୟୁନିସିପାଲଟି ଅଧକ୍ଷ ସାମ୍ବାଦିକ ମାନଙ୍କୁ ସବୁବେଳେ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଏମ ୟୁଜେ ର ସଭାପତି ଦେବ ପ୍ରସାଦ ଦାସ, ସମ୍ପାଦକ ପ୍ରେମେନ୍ଦ୍ର ପରିଛା ଏବଂ ଉପ ସଭାପତି ସତ୍ୟ ନାରାୟଣ ପଣ୍ଡାଙ୍କ ସହିତ ୟୁନିୟନ ର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
Related Stories
November 23, 2024