ବଲାଙ୍ଗୀର,ଚଳନ୍ତା ପେଟ୍ରୋଲ ଟ୍ୟାଙ୍କର ରେ ନିଆଁ ଲାଗି ଥିଲା ଡ୍ରାଇଭର୍ ତୁରନ୍ତ ଅଗ୍ନିସମ ବିଭାଗ ସାହାଯ୍ୟ ନେବାରୁ ବଡ ଦୁର୍ଘଟଣା ଏଡ଼ାଇ ଦିଆଯାଇ ଧନ ଜୀବନ ରକ୍ଷା ପାଇଯାଇଛନ୍ତି। ଆଜି ସ୍ଥାନୀୟ ସୁଦପଡା କଲ୍ୟାଣ ମଣ୍ଡପ ନିକଟରେ ଚଳନ୍ତା ପେଟ୍ରାଲ ଟ୍ୟାଙ୍କରରେ ନିଆଁ ଲାଗିଥିବା ଖବର ମିଳିଛି । ସୂଚନା ଅନୁସାରେ ପାରାଦ୍ୱୀପରୁ ଭାରତୀୟ ପେଟ୍ରୋଲିୟମର ଏକ ପୋଟ୍ରାଲ ଭର୍ତ୍ତି ଟ୍ୟାଙ୍କର କେସିଙ୍ଗାକୁ ଆସୁଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ଡ୍ରାଇଭର ଜଣକ ହଠାତ୍ ଗାଡିରୁ ଡେଇଁ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ୧ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା ।