
ଭଦ୍ରକ – ଆଜି ସକାଳ ୭.୩୦ ସମୟରେ ଡାଉନ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ୍ର ଜେନେରାଲ ବଗିରୁ ଏକ ମୃତଦେହକୁ ଭଦ୍ରକ ରେଳବାଇ ପୁଲିସ୍ ଉଦ୍ଧାର କରିଛି। ପ୍ରାପ୍ତ ଖବର ଅନୁଯାୟୀ ଗାଜିପୁର ଜିଲାର ଚନ୍ଦ୍ରଦେବଙ୍କ ପୁତ୍ର ସୁରେନ୍ଦ୍ର (୩୮) ରାଜମଣ୍ଡରି ପେପର ମିଲ୍ ନିକଟରେ ଥିବା ଏକ ବାଲି ଖାଦାନରେ ୫ ବର୍ଷ ହେବ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ସୁରେନ୍ଦ୍ରଙ୍କ ପେଟ ଯନ୍ରଣା ହେବାରୁ ସେ ଡାକ୍ତର ଦେଖାଇ ତାଙ୍କ ଲିଭର କ୍ଷତିଗ୍ରସ୍ତ ହୋଇଥିବାର ଜାଣିଥିଲେ। ଏଥିନିମନ୍ତେ ଅସ୍ତ୍ରୋପଚାର ନିମି ୩୦ ହଜାର ଟଙ୍କା ଖଚ୍ର୍ଚ ହେବ ବୋଲି ଡାକ୍ତର କହିଥିଲେ। ଏତେ ଟଙ୍କା ନଥିବାରୁ ସେ ଘରକୁ ଫେରିଯିବାକୁ ସ୍ଥିର କରିଥିଲେ। ଭିଣୋଇ ରାମ ନାରାୟଣଙ୍କ ସହିତ ସୁରେନ୍ଦ୍ର ରାଜମଣ୍ଡରୀରୁ ଟ୍ରେନ୍ େଯାଗେ କରମଣ୍ଡଳ ଏକ୍ସପ୍ରେସ୍ରେ ଗାଜିପୁର ଫେରୁଥିଲେ। ମାତ୍ର କଟକ ଷ୍ଟେସନ ପରେ ସୁରେନ୍ଦ୍ରଙ୍କର ମୃତୁ୍ୟ ହୋଇଥିଲା। ଟ୍ରେନ୍ରେ କିଛି ଯାତ୍ରୀ ଟିଟିଙ୍କୁ ଏକଥା ଜଣାଇବାରୁ ସେମାନେ ଭଦ୍ରକ ଷ୍ଟେସନ ମାଷ୍ଟରଙ୍କୁ ଫୋନ୍ରେ ଜଣାଇବା ପରେ ଭଦ୍ରକରେ ରେଳବାଇ ପୁଲିସ୍ ଏଏସ୍ଆଇ ଇନ୍ଦୁମତି ଶୁକ୍ଳ ଶବକୁ ଉଦ୍ଧାର କରି ଏକ ଅପମୃତୁ୍ୟ ମାମଲା ରୁଜୁ ମୂଳେ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।