ଘଷିପୁରା, ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର ସମବାୟ ସର୍କଲ ଅନ୍ତର୍ଗତ ଥିବା ୩୭ ଗୋଟି ପ୍ରାଥମିକ କୃଷି ଓ ଅଣକୃଷି ସମବାୟ ସମିତିର ପରିଚାଳନା ନିମନ୍ତେ ନିର୍ବାଚନ ତାରିଖ ଘୋଷଣା ହୋଇଛି। ତନ୍ମମଧ୍ୟରୁ ୨୮ ଗୋଟି ସେବା ସମବାୟ ସମିତି ଓ ୫ ଗୋଟି ଲ୍ୟାମ୍ପସ ଅନ୍ତର୍ଭୁକ୍ତ ହୋଇଥିବାବେଳେ ୪ ଗୋଟି ଅଣ କୃଷି ସମବାୟ ସମିତି ଅନ୍ତର୍ଭୁକ୍ତ ଅଟେ। ସର୍କଲର ପ୍ରଥମ ପର୍ଯ୍ୟାୟ ଭୋଟ ଜୁନ ୧୯ ରେ ୨୦ ଗୋଟି ସମିତି ଯଥା- ପଞ୍ଚୁଗୋଛିଆ, ତରତରା, ଆନନ୍ଦପୁର, ବାଉଁଶଗଡ଼, କୋଡ଼ପଡା, ସଢ଼ା, ଶାଳଦେଇ, ସମଣା, ସୋସ, ଗୟଲମୁଣ୍ଡା,ପଣସଡିହା, ବେଲବାହାଳି, ବଡରମ୍ପାସ, ଡଅଁର ଏବଂ ବାଙ୍ଗରୋ ସେବାସମବାୟ ସମିତି ଓ ୨ ଗୋଟି ଅଣ କୃଷି ସମବାୟ ସମିତିର ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଜୁନ ୨୬ ରେ ୮ ଗୋଟି ସେବା ସମବାୟ ସମିତି ଯଥା- କେଶଦୁରାପାଳ, ଦେଓଗାଁ, ଅଳତୀ, ଗଡ଼ବାନ୍ଧଗଡା, ଦରଡ଼ିପାଳ, ବଳରାମପୁର, ଖାଲିଆମଣ୍ଟା ଶୈଳଙ୍ଗ ସେବା ସମବାୟ ସମିତି ଓ ୫ ଗୋଟି ଲ୍ୟାମ୍ପସ ପାଟଣା, ଢେଂକିକୋଟ, ରାଜନଗର, ହରିଚନ୍ଦନପୁର ଓ ଜଂଘିରା ଲ୍ୟାମ୍ପସ ୨ ଗୋଟି ଅଣ କୃଷି ସମବାୟ ସମିତିର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଚଳିତ ସମବାୟ ନିର୍ବାଚନ ପରିଚାଳନା ନିମନ୍ତେ ୧୬ ଜଣ ସ୍ଥାନୀୟ କୃଷି ବିଭାଗ ଅଧିକାରୀ ଓ ୫ ଜଣ ସମବାୟ ଅଧିକାରୀଙ୍କୁ ସମବାୟ ନିର୍ବାଚନ କମିଶନ ନିଯୁକ୍ତି ଦିଆଯାଇଥିବା ଜଣାଯାଇଛି। ନିର୍ବାଚନ ସମ୍ବନ୍ଧିୟ ବିସ୍ତୃତ ବିବରଣୀ ମଇ ମାସ ୧୮ସୁଦ୍ଧା ପ୍ରକାଶ ପାଇବ ବୋଲି ଅଜୟ କୁମାର ସେଠୀ ସହକାରୀ ସମବାୟ ନିବନ୍ଧକ ଆନନ୍ଦପୁର ସର୍କଲ ଓ ଉପ ସହକାରୀ ନିବନ୍ଧକ ବିଜୟ କୁମାର ହେମ୍ବ୍ରମ ପ୍ରକାଶ କରିଛନ୍ତି।