ବଲାଙ୍ଗୀର, ବଲାଙ୍ଗିର ଡିଆରଡିଏ ଅଫିସ ସମ୍ମୁଖରେ ଆଜି ଶ୍ରମିକମାନେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘ ଦିନର ବକେୟା ପାଉଣା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସୁଲେକେଲା ପଞ୍ଚାୟତର ୱାର୍ଡ଼ ନଂ ୭ ଓ ଝରିଆ ମୁଣ୍ଡା ଶ୍ରମିକ ମାନେ। ସେମାନେ ହାତରେ ଡାଲାଭାର ଧରି ଶୋଭାଯାତ୍ରାରେ ଆସିଥିଲେ। ପରେ ଡିଆରଡିଏ ଅଫିସ ଘେରାଉ କରି ପରେ ଡିଆରଡିଏ ପିଡି ସୁଶାନ୍ତ କୁମାର ସିଂଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପାଉଣା ଶୀଘ୍ର ନ ଦେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି।
ଏହି ଦାବିପତ୍ରରେ ସେମାନେ ଉଲେଖ କରିଛନ୍ତି ଯେ, ସେମାନେ ମନରେଗା କାମ ମିଳିବା ଆଶାରେ ଏଥର ବାହାରକୁ ଯାଇ ନାହାନ୍ତି କିନ୍ତୁ ଜାନୁଆରୀ ମାସରୁ କାମ ନପାଇ ବେକାର ବସିଛନ୍ତି। ଗତ ୨୦୨୧ ରେ କରିଥିବା କାମର ମଜୁରୀ ଏଯାବତ ମିଳିନି। ପଞ୍ଚାୟତ ବ୍ଲକ ଅଫିସରେ ଏନେଇ ଗୁହାରି କରିଥିବାବେଳେ ସେମାନେ ସୁଫଳ ପାଇପାରି ନାହାନ୍ତି। ଉଚ୍ଚ ଅଧିକାରୀଙ୍କୁ ଗୁହାରୀ ପାଇଁ ଏତେବାଟ ଦୌଡି ଆସିଛନ୍ତି।