କନ୍ଧମାଳ, ବିଦ୍ୟାଳୟ ଶିକ୍ଷା ଛାଡିବାର ଦୀର୍ଘ ବର୍ଷର ବ୍ୟବଧାନ ପରେ ଆଜି ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ରୁଜାଙ୍ଗି ହାଇସ୍କୁଲ ପରୀକ୍ଷା ସେଣ୍ଟରରେ ସେ ପରୀକ୍ଷା ଦେଉଛନ୍ତି । ସେ ପୂର୍ବରୁ ଫୁଲବାଣୀ ଏଜେଓ ହାଇସ୍କୁଲରେ ପାଠ ପଢୁଥିଲେ । ତେବେ ପାରିବାରିକ ଓ ଆର୍ଥିକ ସମସ୍ୟା ଯୋଗୁଁ ମାଟ୍ରିକ ପରୀକ୍ଷା ଦେଇପାରିନଥିଲେ । ପରେ ରାଜନୀତିରେ ମିଶି ବିଭିନ୍ନ ପଦ ପଦବୀରେ ରହି ବ୍ୟସ୍ତତା ଭିତରେ ଇଚ୍ଛା ଥିଲେ ମଧ୍ୟ ମାଟ୍ରିକ ପରୀକ୍ଷା ଆଉ ଦେଇପାରିନଥିଲେ ।
ତେବେ ବୟସ୍କ ଲୋକ ମାନେ ପରୀକ୍ଷା ଦେଉଥିବା ଦେଖି ବର୍ତମାନ ସେ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି ବିଧାୟକ ଅଙ୍ଗଦ କହଁର । ଆଜି ପରୀକ୍ଷା ଆରମ୍ଭ ହେଉଥିବାରୁ ସକାଳୁ ସକାଳୁ ବିଧାୟକ ରୁଜାଙ୍ଗି ପରୀକ୍ଷା ସେଣ୍ଟରରେ ପହଂଚି ପରୀକ୍ଷା ସେଣ୍ଟର ଭିତରକୁ ପ୍ରବେଶ କରିଥିଲେ । ତାଙ୍କୁ ଦାୟିତ୍ଵରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ନିୟମ ପ୍ରକାରେ ଚେକିଂ କରିବାପରେ ଭିତରକୁ ଛାଡିଥିଲେ ।