-
ଅଂଶୁଘାତ ନେଇ ସତର୍କ ରହିବାକୁ କଲେ ଅପିଲ
ଭୁବନେଶ୍ୱର, ରାଜ୍ୟରେ ଖରାର ପ୍ରକୋପ ବଢୁଛି । ହେଲେ ବର୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ କାହାର ମୃତ୍ୟୁ ଘଟି ନାହିଁ । ତେବେ ଖରାର ପ୍ରକୋପ ବଢୁଥିବାରୁ ସମସ୍ସେ ସତର୍କ ରହିବା ଉଚିତ । ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଏହି ସମୟରେ ତାପମାତ୍ରା ବଢିଥାଏ ଏବଂ ଆଗକୁ ମଧ୍ୟ ବଢ଼ିବ ବୋଲି ପୂର୍ବାନୁମାନ ରହିଛି। ତେଣୁ ଏହାକୁ ନେଇ ଲୋକଙ୍କୁ ସଚେତନ କରାଯାଉଛି । ଖରାବେଳେ ଘରୁ ବାହାରନ୍ତୁ ନାହିଁ। ଖରା ସମୟରେ କାମ ବନ୍ଦ ରଖନ୍ତୁ। ପିଇବା ପାଣି, ଛତା ଓ ଓଦା କପଡ଼ା ମୁଣ୍ଡରେ ରଖିବା ଉଚିତ୍ ବୋଲି ସେ କହିଛନ୍ତି ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଔଷଧ ଓ ଶଯ୍ୟା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲରେ ଏୟାର କୁଲର , ଫ୍ୟାନ ପ୍ରସ୍ତୁତ କରି ରଖାଯାଇଛି।