-
ରାଜନୈତିକ ଶତୃତାରୁ ହତ୍ୟା ସନ୍ଦେହ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ନିକଟରୁ ଦୁଇ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦ୍ଵୟ ପାଳଝଡ଼ି ଗ୍ରାମର ସୁଧିର ପାତ୍ର ଓ ସୁଦର୍ଶନ ସୁଆଁର । ଗତକାଲି ବିଳମ୍ବିତ ରାତିରେ କୌଣସି ଏକ ସଭାରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ବାଟରେ ଏହି ଦୁଇ ଜଣଙ୍କୁ ସଉରା ପାହାଡ଼ ଓ ସିନ୍ଧିଗାଁ ରାସ୍ତାରେ ହତ୍ୟା କରାଯାଇଛି । ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଅଦ୍ୟାବଧି ହତ୍ୟାର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ରାଜନୈତିକ ଶତୃତା ଦୃଷ୍ଟିରୁ ଦୁହିଁଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକ ଦ୍ଵୟ ବିଜେଡ଼ି କର୍ମୀ ବୋଲି ଜଣାପଡିଛି । ସାଇଂଟିଫିକ୍ ଟିମ୍ ସହ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଚଳାଇଛି । ମୃତକ ଦ୍ଵୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି ।