ବାରିପଦା଼, ସଡ଼କ ଦୁର୍ଘଟଣାରେ ଜଣେ ଡାକ୍ତର ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ନାମ ଅଞ୍ଜନ ଷଡ଼ଙ୍ଗି । ୫୫ ବର୍ଷିୟ ଅଞ୍ଜନ ବାଲେଶ୍ଵର ଫକୀରମୋହନ ମେଡ଼ିକାଲ କଲେଜରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ବରିଷ୍ଠ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି । ସେ ଆଜି ନିଜେ କାର୍ ନଂ ଓଡି୧୧ କେ-୧୨୨୨ ଚଳାଇ ତାଙ୍କ ଘର ବାରିପଦାକୁ ଫେରୁଥିବା ବେଳେ ୧୮ ନଂ ଜାତୀୟ ରାଜପଥର ମଂଚାବନ୍ଧା ନିକଟରେ ଏକ ବାଇକ୍ କୁ ଧକ୍କା ଦେଇଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପରବର୍ତି ସମୟରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । କାର୍ ଟି ତାଙ୍କ ପତ୍ନୀ ମିତା ମିଶ୍ରଙ୍କ ନାମରେ ଥିବା ଜଣାପଡିଛି ।
Related Stories
May 19, 2024