ଭୁବନେଶ୍ୱର – ରାୟଗଡ଼ା ଜିଲ୍ଲା ଟିକିରିରୁ ପୁଲିସ୍ ୨ ଲକ୍ଷ ୩୦ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିବା ସହ ଜଣକୁ ଗିରଫ କରିଛି । ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଯୋଗେନ୍ଦ୍ର ନାୟକ । ତାଙ୍କ ଘର ଟିକିରିରେ ବୋଲି ଜଣା ପଡିଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟିକିରି ଥାନା ଅନ୍ତର୍ଗତ ସୁନାମୁଦି ଗାଁରେ ଏକ ଭଡ଼ା ଘରେ ରହି ଯୋଗେନ୍ଦ୍ର ଏହି ଜାଲ୍ ନୋଟ୍ କାରବାର କରୁଥିଲେ । ଏ ସମ୍ପର୍କରେ ପୁଲିସ୍ ଜାଣିପାରି ଉକ୍ତ ଘରେ ଚଉ କରି ୧୧୫ଟି ୨୦୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ କରିଛି । ମୋଟ୍ ୨ ଲକ୍ଷ ୩୦ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି । ଏହି ମାମଲାରେ ପୁଲିସ୍ ଯୋଗେନ୍ଦ୍ରଙ୍କୁ ଗିରଫ କରିବା ପରେ ଏହି ନୋଟ କାରବାରର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।