ଭୁବନେଶ୍ୱର – ଏକ କାର୍ଯ୍ୟରତ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସର୍ବସମ୍ମୁଖରେ ଦୁର୍ବ୍ୟବହାର ପ୍ରସଙ୍ଗରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ଟ୍ରାନ୍ସଜେଣ୍ଡର ମାନେ । ଭୁବନେଶ୍ୱର ମାଷ୍ଟରକ୍ୟା ିନ ଛକରେ ଆଜି ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କିନ୍ନର କହିଛନ୍ତି, ଅନୁଭବ ଯେଉଁଭଳି କ୍ଷମାପ୍ରାର୍ଥନା କରିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ । କ୍ଷମାପ୍ରାର୍ଥନା ଆଳରେ ଅନୁଭବ ଧମକ ଦେଇଛନ୍ତି ।
ତେବେ ସର୍ବସମ୍ମୁଖରେ ଅନୁଭବ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ଦାବି କରିଛି । ଏ ଫ୍ଆଇଆର୍ ଆଧାରରେ ଅନୁଭବଙ୍କୁ ଗିରଫ କରିବାକୁ ମଧ୍ୟ ସେ ଦାବି କରିଛନ୍ତି ।
ଏହାସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଇନ୍ ଆଣନ୍ତୁ ବୋଲି ମଧ୍ୟ ସେ ଦାବି କରିଛନ୍ତିା।