ନୂଆଦିଲ୍ଲୀ -. ମୁଖ୍ୟ ବିଚାରପତି କହିଛନ୍ତି – ଏହି ଅଦାଲତକୁ ଧର୍ମ ଏବଂ ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ସ୍ବୀକାର କରିବା ଉଚିତ୍। ଅଦାଲତକୁ ସନ୍ତୁଳନ ବଜାୟ ରଖିବା ଉଚିତ୍।
୨. ମୀର ବାକି ବାବ୍ରି ମସଜିଦ ନିର୍ମାଣ କରିଥିଲେ। ଏହି ରାୟ ଧର୍ମ ଏବଂ ଆସ୍ଥା ଉପରେ ପର୍ଯ୍ୟବେସିତ ନୁହେଁ ବରଂ ତଥ୍ୟ ଓ ପ୍ରମାଣ ଉପରେ।
୩. ବିବାଦୀୟ ଜମି ରେଭେନ୍ୟୁ ରେକର୍ଡ଼ରେ ସରକାରୀ ଜମି ଭାବେ ଚିହ୍ନଟ ହୋଇଥିଲା।
୪. ରାମ ଜନ୍ମଭୂମି ସ୍ଥାନ ନ୍ୟାୟିକ ବ୍ୟକ୍ତିବିଶେଷ ବୋଲି ବୁଝଉନଥିବାବେଳେ ଭଗବାନ ରାମଚନ୍ଦ୍ର ଜଣେ ନ୍ୟାୟିକ ବ୍ୟକ୍ତି ବୋଲି କୁହାଯାଇପାରିବେ।
୫. ବିବାଦୀୟ ଢ଼ାଞ୍ଚା ମୂଳ ଇସଲାମିକ୍ ଢ଼ାଞ୍ଚା ନଥିଲା। ବାବ୍ରି ମସଜିଦ ଖାଲି ଜମିରେ ନିର୍ମାଣ ହୋଇନଥିଲା। ମସଜିଦ ତଳେ ଯେଉଁ ଢ଼ାଞ୍ଚା ଥିଲା, ତାହା ଇସଲାମିକ୍ ଢ଼ାଞ୍ଚା ନଥିଲା।
୬. ଭଙ୍ଗାଯାଇଥିବା ଢ଼ାଞ୍ଚା ତଳେ ଏକ ମନ୍ଦିର ଥିଲା,ଏହି ତଥ୍ୟ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ(ଏଏସଆଇ) ସ୍ପଷ୍ଟ କରି ସାରିଛି। ଏଏସଆଇ ଏହି ତଥ୍ୟ ସ୍ପଷ୍ଟ କରିନାହିଁ ଯେ ମନ୍ଦିରକୁ ଭଙ୍ଗାଯାଇ ମସଜିଦ କରାଯାଇଛି।
୭. ହିନ୍ଦୁମାନେ ଏହି ସ୍ଥାନକୁ ଭଗବାନ ରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ବୋଲି ମାନନ୍ତି। ଏପରିକି ମୁସଲିମମାନେ ମଧ୍ୟ ବିବାଦୀୟ ସ୍ଥାନ ବିଷୟରେ ଏହା କୁହନ୍ତି। ପ୍ରାଚୀନ ପରିବ୍ରାଜକଙ୍କ ଦ୍ବାରା ଲିଖିତ ପୁସ୍ତକ ଏବଂ ପ୍ରାଚୀନ ଗ୍ରନ୍ଥରେ ମଧ୍ୟ ଏହା ଦର୍ଶାଯାଇଛି ଯେ ଅଯୋଧ୍ୟା ଭଗବାନ ରାମଚନ୍ଦ୍ରଙ୍କ ଜନ୍ମଭୂମି। ଐତିହାସିକ ଉଦାହରଣରୁ ମଧ୍ୟ ସଙ୍କେତ ମିଳିଥାଏ ଯେ ହିନ୍ଦୁଙ୍କ ଆସ୍ଥାରେ ଅଯୋଧ୍ୟା ହେଉଛି ଭଗବାନ ରାମଙ୍କ ଜନ୍ମଭୂମି।
୮. ଭଙ୍ଗାଯାଇଥିବା ଢ଼ାଞ୍ଚା ହିଁ ଭଗବାନ ରାମଙ୍କ ଜନ୍ମସ୍ଥାନ, । ମାଲିକାନା ଅଧିକାରକୁ ଧର୍ମ,ଆସ୍ଥା ଆଧାରରେ ସ୍ଥାପିତ କରାଯାଇପାରିବ ନାହିଁ।
୯. ଏହି ପ୍ରମାଣ ମିଳିଛି ଯେ ରାମ ମଣ୍ଡପ ଏବଂ ସୀତାଙ୍କ ରୋଷେଇ ସ୍ଥଳ ଏବଂ ଭଣ୍ଡାରଗୃହରେ ହିନ୍ଦୁ ଇଂରେଜ ଶାସନ ପୂର୍ବରୁ ମଧ୍ୟ ପୂଜା କରୁଥିଲେ। ରେକର୍ଡ଼ରେ ଲେଖାଯାଇଛି ଯେ ସାକ୍ଷୀ ଅନୁସାରେ ବିବାଦୀୟ ଜମିର ବାହାର ଭାଗ ହିନ୍ଦୁଙ୍କ ଅଧୀନରେ ଥିଲା।
୧୦. ୧୯୪୬ ମସିହାରେ ଫୈଜାବାଦ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ସିହା ଓ୍ବାକଫ ବୋର୍ଡ଼ର ବିଶେଷ ଅନୁମତି ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଥିଲେ। ସିହା ଓ୍ବାକଫର ଦାବି ବିବାଦୀୟ ଢ଼ାଞ୍ଚା ଉପରେ ଥିଲା। ଏହାକୁ ଖାରଜ କରାଯାଇଛି।
୧୧. ସୁପ୍ରିମ କୋର୍ଟ ନିର୍ମୋହୀ ଆଖାଡ଼ାର ଦାବି ଖାରଜ କରିଥିଲେ। ନିର୍ମୋହୀ ଆଖାଡ଼ା ଜନ୍ମଭୂମି ଟ୍ରଷ୍ଟର ଅଧିକାର ମାଗିଥିଲା।
Related Stories
November 22, 2024