ଭଦ୍ରକ – ସମ୍ଭାବ୍ୟ ବାତ୍ୟା ‘ବୁଲ୍ବୁଲ୍’ର ମୁକାବିଲା ପାଇଁ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଅଧ୍ଯକ୍ଷତାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାର ୭ଟି ବ୍ଲକ୍ର ସମସ୍ତ ଅଧିକାରୀ ମାନଙ୍କୁ ଏଥିନିମନ୍ତେ ସଜାଗ ରହିବାକୁ ନିଦ୍ର୍ଧେଶ ଦିଆଯାଇଛି। ଜିଲାର ୧୦୦ ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଥିବାବେଳେ ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ଅତିରିକ୍ତ ଜିଲାପାଳ ଗଣମାଧ୍ଯମକୁ କହିଛନ୍ତି। ଏ ନେଇ ଭଦ୍ରକରେ ଦୁଇଟି ଏନ୍ଡିଆରଏଫ୍ ଟିମ୍ ପହôଛନ୍ତି। ତେବେ ସବୁ ପରିସ୍ଥିତିରେ ଜିଲା ପ୍ରଶାସନ ସଜାଗ ଅଛି ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି। ଅନ୍ୟ ପକ୍ଷରେ ବାତ୍ୟା ପ୍ରଭାବରେ ଯାହା କିଛି ଅଘଟଣ ଘଟିବ, ତାହାର ତୁରନ୍ତ ସମାଧାନ ପାଇଁ ଏନ୍ଡିଆରଏଫ୍ ଟିମ୍ ପ୍ରସ୍ତୁତ ଅଛି ବୋଲି ଟିମ୍ ଅଧିକାରୀ କହିଛନ୍ତି। ତେବେ ଜିଲାର ବିଶେଷ ପ୍ରଭାବିତ ବାସୁଦେବପୁର, ଚାନ୍ଦବାଲି ବ୍ଲକ୍ ପାଇଁ ଗୋଟିଏ ଏନ୍ଡିଆରଏଫ୍ ଟିମ୍କୁ ନିୟୋଜିତ କରାଯାଇଛି।
Related Stories
March 27, 2024
March 27, 2024