ଭୁବନେଶ୍ୱର – ବିଶିଷ୍ଟ ଗବେଷକ ଓ ଲେଖକ ଡ. ଦେବେନ୍ଦ୍ର କୁମାର ଦାସଙ୍କୁ ଦ୍ୱିତୀୟ ନଗେନ୍ଦ୍ର ନାଥ ସ୍ମୃତି ସମ୍ମାନ ପ୍ରଦାନ କରାଯିବ । ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶା ଶାଖା ପକ୍ଷରୁ ଏହାର ସଂସ୍ଥାପକ ଅଧ୍ୟକ୍ଷ ଡ. ନଗେନ୍ଦ୍ର ନାଥ ପ୍ରଧାନଙ୍କ ୮୪ତମ ଜୟନ୍ତୀ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସଂସ୍ଥାର ସାଧାରଣ ସମ୍ପାଦକ ଡ. ସନ୍ତୋଷ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଗାମୀ ରବିବାର ଦିନ ସନ୍ଧ୍ୟା ୬ଟା ବେଳେ ଭୁବନେଶ୍ୱରସ୍ଥିତ ଜୟଭାରତ ଭବନଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ସଭାରେ ଓଡ଼ିଆ ସାହିତ୍ୟର ପ୍ରଥିଥଜୋଶା ଲେଖକ ଓ ସମାଲୋଚକ ଡ. ନିତ୍ୟାନନ୍ଦ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ପରିଷଦର ଅଧ୍ୟକ୍ଷ ଡ. ଉମେଶ ପତ୍ରୀଙ୍କ ଅଧ୍ୟକ୍ଷତାରେ ହେଉଥିବା ଏହି କାର୍ଯ୍ୟକ୍ରମରେ ନାଇଜରର ରେଜିଷ୍ଟ୍ରାର ତଥା ବିଶିଷ୍ଟ ଲେଖକ ଡ. ଅଭୟ କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନନ୍ତି । ନଗେନ୍ଦ୍ର ନାଥ ସ୍ମୃତି ପୁରସ୍କାର ସମ୍ମାନୀତ ହେବାକୁ ଥିବା ଡ. ଦେବେନ୍ଦ୍ର କୁମାର ଦାସ ୨୦ ରୁ ଉଦ୍ଧ୍ୱର୍ ପୁସ୍ତକ ରଚନା କରିଛନ୍ତି । ଓ ତାଙ୍କର ୧୦୦ ରୁ ଅଧିକ ରିସର୍ଚ୍ଚ ପେପର ପ୍ରକାଶିତ ହୋଇସାରିଛି ।