-
ଦୁଇ ଜଣଙ୍କ ଜୀବନ ନେଲାଣି
-
ଗ୍ରାମରେ ପହଂଚିଲା ସ୍ଵାସ୍ଥ୍ୟ ଟିମ୍
ଗଞ୍ଜାମ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଚଂଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟ ଜଳର ଘୋର ସଂକଟ ଦେଖିବାକୁ ମିଳିଛି । ଲୋକେ ନଦୀ ନାଳ ପାଣି ପିଇ ଅସୁସ୍ଥ ହୋଇପଡୁଛନ୍ତି । ଏହା ସାଙ୍ଗକୁ ବର୍ତମାନ ଦଣ୍ଡଯାତ୍ରାର ପଣାପାଣି ପିଇ ଏବଂ ଅନ୍ନପ୍ରସାଦ ଖାଇ ବହୁ ଅଂଚଳରେ ଝାଡ଼ାବାନ୍ତି ବ୍ୟାପୀ ଥିବା ଜଣାପଡିଛି । ଧରାକୋଟ ବ୍ଲକର ବାଖରପଟା ଗ୍ରାମରେ ଗତ ଦୁଇ ଦିନ ମଧ୍ୟରେ ୩୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଧରାକୋଟ, ଆସିକା ଏବଂ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଗତକାଲି ଜଣେ ବୟସ୍କ ଓ ଅନ୍ୟ ଜଣେ ଶିଶୁ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଖବର ପାଇ ଧରାକୋଟ ଡ଼ାକ୍ତରଖାନାର ଏକ ସ୍ୱାସ୍ଥ୍ୟ ଟିମ୍ ଏହି ଗ୍ରାମରେ ପହଂଚି ଅସୁସ୍ଥଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି । ଗତ ସପ୍ତାହରେ ମଧ୍ୟ କବିସୂର୍ଯ୍ୟନଗର ବ୍ଲକରେ ଶତାଧିକ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।